ଶିକ୍ଷାର୍ଥୀଙ୍କର ସର୍ବାଙ୍ଗୀନ ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ

ଡେଲାଙ୍ଗ,୦୬/୦୧/୨୦୨ ୪ (ଓଡ଼ିଶା ସମାଚାର)- ଶିକ୍ଷାର୍ଥୀଙ୍କର ସର୍ବାଙ୍ଗୀନ ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ। ପାଠପଢା ସହିତ ପିଲାମାନଙ୍କ ସବୁ ଦିଗକୁ ଲକ୍ଷ୍ୟ ଦେବାକୁ ଡେ଼ଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଉତ୍ତର ପୂର୍ବାଞ୍ଚଳର ପ୍ରାକ୍ତନ ସଂସ୍କୃତି ନିର୍ଦ୍ଦେଶକ ତଥା ପ୍ରଖ୍ୟାତ ଲେଖକ  ସୁସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁନାମଧନ୍ୟ କବି ଡଃ ବସନ୍ତ କୁମାର ରଥ, ମୁଖ୍ୟବକ୍ତା  ଡେଲାଙ୍ଗ କଲେଜର ଅଧ୍ୟକ୍ଷ ଡ଼ଃ ସରୋଜ ପଣ୍ଡା, ଅଧ୍ୟାପିକା ସୁବକ୍ତା ସ୍ବର୍ଣ୍ଣଲତା ମାହାରୀ, ଶିକ୍ଷାବିତ୍ ସଚ୍ଚିଦାନନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ,ପ୍ରବଚକ ଶରତ ରାଉତ୍, ପ୍ରାକ୍ତନ ଶିକ୍ଷା ଅନୁ ନିରୀକ୍ଷକ ପ୍ରହଲ୍ଲାଦ ସ୍ବାଇଁ,ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ସମାଜସେବୀ କାଶୀନାଥ ମହାପାତ୍ର, ବିବେକାନନ୍ଦ ରାଜଗୁରୁ, ପ୍ରାକ୍ତନ ଏବିଇଓ ଶ୍ୟାମସୁନ୍ଦର ଦାସ , ସାହିତ୍ୟିକ ଲକ୍ଷ୍ମୀ ପ୍ରସାଦ ପାଣି, ଦିଗମ୍ବର ରଥ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ ପ୍ରମୁଖ ପିଲାମାନଙ୍କ  ଶୈକ୍ଷିକ , କ୍ରୀଡା ,ଯୋଗ, ବୈଜ୍ଞାନିକ ଭାବ, ନୈତିକତା ,ଶୃଙ୍ଖଳା, ଆଧ୍ୟାତ୍ମିକତା ଓ ଆମ ସଂସ୍କୃତିର ମହନୀୟତା ଦିଗ ପ୍ରତି ସମନ୍ୱିତ ଭାବେ ଆରମ୍ଭରୁ ସୁପଥରେ ଆଗେଇ ନେବାକୁ ସମସ୍ତଙ୍କୁ  ପରାମର୍ଶ ଦେଇଛନ୍ତି। ସମାଜରେ ଗୁରୁମାନଙ୍କର ସମ୍ମାନ ପ୍ରତି ସମସ୍ତଙ୍କର ସୁଦୃଷ୍ଟି ସମ୍ପର୍କେ ଅତିଥିମାନେ  କହିଥିଲେ। ଶିକ୍ଷାବିତ୍ ସନ୍ତୋଷ ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ।ତ୍ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସତ୍ୟଭାମା ଦେବୀ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ। ଅତିଥିମାନେ ଜଗନ୍ନାଥ ଫଟୋ ଚିତ୍ରରେ  ଧୂପ ଦେଇ ସଭାର  ଉଦଘାଟନ କରିଥିଲେ। ସଭାରେ ବିଦ୍ୟାଳୟର ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ସମସ୍ତଙ୍କ ସହମତିରେ  କାର୍ଯ୍ୟକ୍ରମର ସୁସଂଯୋଜନା, ମଞ୍ଚ ପରିଚାଳନା, ଅତିଥି ପରିଚୟ ଓ ବିଦ୍ୟାଳୟର ଗରିମାମୟ ବାର୍ଷିକ ବିବରଣୀ ପ୍ରସ୍ତୁତି ଓ ପାଠ କରିଥିଲେ ବିଦ୍ୟାଳୟର ସଂସ୍କୃତି ପ୍ରେମୀ  ଶିକ୍ଷକ ଅଭୟ ଚରଣ ସାହୁ ।  ଚଳିତ ବର୍ଷର  ତୃତୀୟ ଶ୍ରେଣୀ ବୃତ୍ତି ଓ ଚମ୍ପିୟାନ୍ ଛାତ୍ର ଆତ୍ମଜିତ୍ ବେହେରା,ଚମ୍ପିୟାନ୍ ଛାତ୍ରୀ ସ୍ବୟଂଶ୍ରୀୟା ପ୍ରିୟଦର୍ଶିନୀ ଆଦର୍ଶ ଶିକ୍ଷୟିତ୍ରୀ ସତ୍ୟଭାମା ବେହେରାଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର ୯୫ ଜଣ ପିଲାଙ୍କୁ ମଞ୍ଚରେ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପରିଚାଳନାରେ କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସେଠୀ, ଦିଲ୍ଲୀପ ସାମନ୍ତରାୟ, ଜିତେନ୍ଦ୍ର ସେଠୀ,ମନୀଷା ଦାସ,ଅନ୍ୟ ସଭ୍ୟ ସଭ୍ୟା, ବିଦ୍ୟାଳୟର ଶିକ୍ଷକ ସୋମନାଥ ବେହେରା ,ଟିକେଇ ଦଳାଇ,ମାନସ ସ୍ବାଇଁ , ପପ୍ ଲିନ୍ ପ୍ରଧାନ, ପ୍ରିୟତ୍ତମା ସାହୁ, ବୁଦ୍ଧିଜୀବୀ ପ୍ରଦୀପ ବାରିକ,ନବଘନ ବେହେରା, ଗୀତା ବେହେରା ଓ ଅନ୍ୟମାନେ  ସହଯୋଗ କରିଥିଲେ।  ଶିକ୍ଷାପ୍ରେମୀ ପ୍ରଭାତ ମିଶ୍ର, ଅଜ୍ଞନବାଡି ଶିକ୍ଷୟିତ୍ରୀ  ସ୍ବପ୍ନାରାଣୀ ସିଂ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ  ସତ୍ୟଭାମା ଦେବୀ ପିଲାଙ୍କ ନୃତ୍ୟ ପାଇଁ ପୁରସ୍କୃତ କରିଥିଲେ।ଛାତ୍ରଛାତ୍ରୀଙ୍କ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ସୁନ୍ଦର ମଞ୍ଚ ସଂଯୋଜନା ଅତିଥିମାନଙ୍କ ସହ ସମସ୍ତଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଇଂ ସଞ୍ଜୀବ ପଣ୍ଡା, ଶିକ୍ଷକ ଅଭୟ ରଥ, ରମେଶ  ବଳବନ୍ତରାୟ,, ପବିତ୍ର ଜେନା, ଅଧ୍ୟାପକ ଅନନ୍ତ ଚରଣ ବଳବନ୍ତରାୟ, ସିଆରସିସି କ୍ଷେତ୍ରବାସୀ ଆଳୁକ, ମନୋଜ ମହାରଣା , ଜଗନ୍ନାଥ ପ୍ରଧାନ, ଉତ୍ସାହୀ ଶିକ୍ଷକ ଗୋପାଳ  ମହାପାତ୍ର , ରବିନ୍ଦ୍ର ବେହେରା,ସୁଦିପ୍ତ ପରିଡ଼ା ସମସ୍ତଙ୍କୁ ଉତ୍ସାହିତ କରି କାର୍ଯ୍ୟକ୍ରମର ସଫଳତା ପାଇଁ ଅତିଥିମାନଙ୍କ ଭଳି  ପ୍ରଶଂସା କରିଥିଲେ। ଅତିଥି ମାନେ  ଶେଷ ପର୍ଯ୍ୟନ୍ତ ବସି ରହିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ଓ କମିଟି ଓ ବିଦ୍ୟାଳୟର ମିଳିତ ସହଯୋଗରେ ଏକ ଭିନ୍ନ ଢାଞ୍ଚାରେ ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ ଅବସରରେ ଭଲ ଚର୍ଚ୍ଚା ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *