ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ ପାଳନ

ଲକ୍ଷ୍ମୀପୁର୧୪/୧୧/୨୩(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ମହା ଆଡ଼ମ୍ବରରେ ଶିଶୁ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ରାମ ଚନ୍ଦ୍ର ନାହାକ ଯୋଗ ଦେଇ ପଣ୍ଡିତ ଜୱାହାର ଲାଲ୍ ନେହେରୁ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଛାତ୍ର ଛାତ୍ରୀ ଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ ଶିଶୁ ଅଧିକାର ଆଇନ୍ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହାପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ର ଗ୍ୟାଲେରୀ ଉନ୍ମୋଚନ କରିଥିଲେ।ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗୋଲି,ସଂଗୀତ ଗାନ,ଡ୍ରାମା,ନୃତ୍ୟ ପରିବେଷଣ ଆଦି ଦେଖି ଖୁସି ବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା, ଏବିଇଓ ମାନସ କୁମାର ମୁଖାର୍ଜୀ, ପ୍ରିୟମ୍ବଦା ପାତ୍ର, ବିଭୁତି ଭୁଷଣ ଟାକ୍ରି ଓ ପୂର୍ବତନ ଶିକ୍ଷକ ଫକିର ମୋହନ ସାହୁ ଯୋଗ ଦେଇ ପଣ୍ଡିତ ନେହୁରୁ ଙ୍କ ଜୀବନ ଦର୍ଶନ ଓ ଶିଶୁ ଦିବସ ପାଳନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶିକ୍ଷକ ଶଙ୍କର ଗୁଡୁମ୍ବାକା, ସୁକାନ୍ତ ଯାଦବ,ଆଶୀର୍ବାଦ ନାୟକ, କସ୍ତୁରୀ ଶବର, ମାଧୁରୀ ଲେଙ୍କା,  ଜ୍ୟୋତ୍ସ୍ନା ପଣ୍ଡା, ସୁନିତା ସାହୁକାର, ପ୍ରିୟଙ୍କା ବିଶୋଇ,ରୋଜାଲିନ ସ୍ବାଇଁ ଓ ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସଭା ପରିଚାଳନା କରିଥିବା ବେଳେ ଇଂରାଜି ଶିକ୍ଷକ ସପନ କୁମାର ଦିକ୍ଷୀତ ସ୍ବାଗତ ସଂଗୀତ ପରିବେଷଣ ଓ ବିଭିନ୍ନ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ। ଶିଶୁ ଦିବସ ଅବସରରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ଭୋଜି ଆୟୋଜିତ ହୋଇଥିଲା। ସଂଯୁକ୍ତା ତୁରୁକ୍, ନୂତନ ଚେଟି,ଡଲୀ ରାଣୀ ଖରା,ବୈଜୟନ୍ତ ମୀନ୍ୟକା ଓ ଜୁଲି ମୁଦୁଲି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *