ଆତ୍ମନିର୍ଭରଶୀଳ ହେବା ପାଇଁ ଦକ୍ଷତା ବିକାଶ ଆବଶ୍ୟକ: ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, ୨୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ସରକାରଙ୍କ ଷ୍ଟାର୍ସ (STARS) କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପାଞ୍ଚ ଦିବସୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଯାଇଛି । ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇଲେକ୍ଟ୍ରୋନିକ୍ସ ଓ ହାର୍ଡୟୋର (ଫିଲï ଟେକନିସିଆନ୍-ଏୟାର୍ କଣ୍ଡିସନିଂ) କର୍ମବିଦ୍ୟା ପଢ଼ୁଥିବା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ଏହି କର୍ମଶାଳା ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆୟୋଜିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଆଜିର ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା
ରହିଛି । ଏଦି ଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି କର୍ମବିଦ୍ୟା ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ତାଲିମ ପୂର୍ଣ୍ଣ ରୂପରେ ସହଯୋଗ କରିବ ବୋଲି ସେ କହିଛନ୍ତି । ଏଥିସହିତ ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଯୋଜନା ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ । ଅନ୍ୟପକ୍ଷେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଉପଲବ୍ଧ ୯ ଗୋଟି କର୍ମବିଦ୍ୟା ଯଥା- ଭର୍ଟିକାଲ୍ ଟ୍ରାନ୍ସପୋର୍ଟେସନ୍ (Vertical Transportation), ମେକାନିକାଲ୍ ଆଣ୍ଡ ଇଲେକ୍ଟି୍ର୍ରିକାଲ୍ ସର୍ଭିସ୍ (Mechanical Electrical Services), ମେଟାଟ୍ରୋନିକ୍ସ (Metatronics), ପ୍ରିସିସନ୍ ଇଞ୍ଜିନିୟରିଂ(Precision Engineering), ସ୍ପେସକ୍ରାଫଫ (Spacecraft) ଇତ୍ୟାଦିରେ ଥିବା ସୁଯୋଗକୁ ବିନିଯୋଗ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ରଶ୍ମିତା ପଣ୍ଡା ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍. ଆୟାର ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଉପାଧ୍ୟକ୍ଷ ଡ. ଜିତାମିତ୍ରା ସତପଥି ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱତନ୍ତ୍ର ଅଧିକାରୀ ପ୍ରଫେସର ତିଳୋତ୍ତମା ସେନାପତି, ଉପନିର୍ଦ୍ଦେଶିକା ଶ୍ରୀମତୀ ସୁଶ୍ରୀ ସସ୍ମିତା ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
-0-