ଗୁହାଳରେ ଅଗ୍ନିକାଣ୍ଡ , ୫ଛେଳି ମୃତ , ଏକ ଗାଈ ଆହତ ।

ଯାଜପୁର , ୦୬/୦୧/୨୦୨ ୪ (ଓଡ଼ିଶା ସମାଚାର)- ଅଗ୍ନିକାଣ୍ଡରେ ଦୁଇ ପରିବାର ର ଦୁଇ ଗୋଟି ଗୁହାଳ ପୋଡ଼ି ନଷ୍ଟ  ହୋଇଥିବାବେଳେ  ମୋଟ ୫ଟି ଛେଳିଙ୍କର  ମୃତ୍ୟୁ  ହୋଇଛି ।  ଏଥି ସହିତ  ଗାଈ ଟିଏ ପୋଡ଼ି ଆହତ ହୋଇଛି ।

ଘଟଣା ଘଟିଛି ବରୀ ଥାନା ଅନ୍ତର୍ଗତ ବାଲିବିଲି ପଂଚାୟତ କେଂକେରଡ଼ା ଗ୍ରାମରେ । ସନ୍ଧ୍ୟା ବେଳେ ଗୁହାଳରେ ଧୁଆଁ ଦେଉଥିବା ସମୟ ରେ  ଏହି ଗ୍ରାମ ର ସୁବାସ ଜେନା ଓ ପ୍ରକାଶ ଜେନା ଙ୍କ ଗୁହାଳରେ  ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି  । ବିଳମ୍ୱ ହେଲେ ବି ଦମକଳ ଗାଡ଼ି ଆସି ନିଆଁ କୁ ଆୟତ କରିବା ପୂର୍ବରୁ ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ  ବିଜେପି ନେତା ବିବେକାନନ୍ଦ  ଓ ଟିମ୍ ପହଞ୍ଚି ସହଯୋଗ କରିଛନ୍ତି  ।  ପ୍ରଶାସନ ପକ୍ଷରୁ ଏହି ପରିବାରକୁ ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ଓ  ଦମକଳ ଗାଡ଼ିକୁ ସଠିକ୍ ସମୟରେ ସେବା ଯୋଗାଇଦେବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *