ଲକ୍ଷ୍ମୀପୁର,୧୬/୦୧/୨୦୨୪ (ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ମୁଣ୍ଡ ଉପରେ ପଥର ପଡ଼ିବାରୁ ଜଣେ ଶ୍ରମିକର ମୃତ୍ୟୁ ଘଟିଛି।ମୃତ ଶ୍ରମିକ ହେଲେ ଲକ୍ଷ୍ମୀପୁର ସଦର ପଞ୍ଚାୟତ ଅନ୍ତର୍ଗତ ପଣସପୁଟ ଗ୍ରାମର ବିଟୁ ହିଡ୍ରୀକା।ପଣସ ପୁଟ ଗ୍ରାମ ପାଖ ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେବ ପଥର ର ବାଡ ଦିଆ କାମ ଚାଲୁଥିବା ବେଳେ ସେଠାରେ ସେ ଶ୍ରମିକ ଭାବେ କାମ କରିଆସୁଥିଲେ। ଆଜି କାମ କରୁଥିବା ବେଳେ ସେଠାରୁ ଏକ ପଥର ଖସି ତାଙ୍କ ମୁଣ୍ଡ ଉପରେ ପଡ଼ିବାରୁ ସିଏ ସେଠାରେ ଟଳି ପଡ଼ିଥିଲେ।ଏହା ଦେଖି ତାଙ୍କର ସାଥି ଶ୍ରମିକ ମାନେ ତାଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ , ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ବନ ବିଭାଗ ରେଞ୍ଜର କୁମାର୍ ଖରାଙ୍କ ଉପସ୍ଥିତିରେ ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିବା ଜଣା ପଡ଼ିଛି।ଭିଯୋଗକୁ ଭିତ୍ତି କରି ଲକ୍ଷ୍ମୀପୁର ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଗରିବ ପରିବାର କୁ ସରକାର ଆର୍ଥିକ ସାହାଯ୍ୟ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ପାହାଡ଼ରୁ ପଥର ଖସି ଶ୍ରମିକ ମୃତ
