ଭୁବନ ,୨୪/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ହାଇଡ୍ରୋସିଲ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡ଼ଃ ସଂକଳ୍ପ କେଶରୀ ଭୋଳ,ଆନାସ୍ଥାସିଆ ବିଶେଷଜ୍ଞ ଡ଼ଃ ଆପୋଲୋ ଦାସ,ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ଃ ରମେଶ କୁମାର ସାହୁ ଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ୧୦ ଜଣ ହାଇଡ୍ରୋସିଲ ରୋଗୀଙ୍କୁ ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା । ଏହି ଅସ୍ତ୍ରୋପଚାର କାର୍ଯ୍ୟକ୍ରମରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ,ଭେକ୍ଟର ବାହିତ ରୋଗ ପରିଦର୍ଶକ ଅମିତ କୁମାର ସାମଲ,ନର୍ସିଂ ଅଫିସର ଗାୟତ୍ରୀ ସାହୁ,କୋଷାଧ୍ୟକ୍ଷ ଶୁଭକାନ୍ତ ଆଚାର୍ଯ୍ୟ,ସ୍ବାସ୍ଥ୍ୟ କର୍ମୀ ଅଜିତ କୁମାର ଦାଶ,ମାନସ ରଞ୍ଜନ ସାହୁ ଙ୍କ ସମେତ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ରାଉତ,ସୁଦର୍ଶନ ଜେନା,ସିଦ୍ଧାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।