ମାହାଙ୍ଗା , ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ଭଦ୍ରେଶ୍ୱର ଥାନା ଅର୍ନ୍ତଗତ ହଳଦିଆ ପଂଚାୟତର ଇଟାମୁଣ୍ଡଳୀଛକ ନିକଟରେ ଶୁକ୍ରବାର ସକାଳ ୯ଟା ସମୟରେ ଏକ ମିନିଟ୍ରକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ପ୍ରକାଶ ଥାଉକି ସ୍ଥାନୀୟ ଗୌଡଗୋପ ପଟୁ ଶୁକ୍ରବାର ଦିନ ସକାଳ ୯ଟା ସମୟରେ ଏକ ମିନିଟ୍ରକ୍ ଯାହାର ନମ୍ବର ଓଆର୍ ଏମ୍ଏଲ ୦୪୯୩ ଦ୍ରୁତଗତିରେ ଯାଉଥିଲା ବେଳେ ସ୍ଥାନୀୟ ଇଟାମୁଣ୍ଡଳୀ ଛକ ନିକଟରେ ସେହି ଗ୍ରାମର କୈଳାସ ଚନ୍ଦ୍ର ଓଝା (୭୯) ଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବୃଦ୍ଧ କୈଳାସଙ୍କ ଅବସ୍ଥା ଗୁରୁତର ହାଇପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ କୈଳାସକୁ ନିଆଯାଉଥିଲା ବେଳେ ତାଙ୍କର ମୃତୁ୍ୟ ଘଟିଥିଲା । ମୃତ କୈଳାସଙ୍କ ପୁତ୍ର କିଶୋର ଚନ୍ଦ୍ର ଓଝା ଭଦ୍ରେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମିନିଟ୍ରକ୍ ଜବତ କରିଥିଲା ବେଳେ ଗାଡି ଚାଳକ ଅଲେଖ ଚନ୍ଦ୍ର ରାଉତକୁ ଗିରଫ କରିଥେôଲ । ଭଦ୍ରେଶ୍ୱର ଥାନା ପକ୍ଷରୁ କେସ ନଂ୧୪୭/ ୨୩ରେ ଏକ ମାମଲା ରୁଜୁ କରାଯାଇ ମୃତ କୈଳାସଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡମେଡିକାଲକୁ ପଠାଯାଇଥିବା ତଦନ୍ତ ଅଧିକାରୀ ଏଏସଆଇ ପ୍ରିତିରଂଜନ ରାୟ ସୂଚନା ଦେଇଛନ୍ତି ।