କେନ୍ଦ୍ରାପଡା,୨୦/୧୦/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗହଗା ଗାଁର ୫ ଜଣ ଯୁବକ ଲୁଣା ନଦୀର ଦାନପୁର ବାଲିଘାଟରେ ଗାଧୋଇବାକୁ ଯାଇଥିଲେ । ଚୋରା ବାଲିରେ ପାଦ ଫଶି ଯିବାରୁ ୩ ଜଣ ଯୁବକ ପାଣିରେ ବୁଡି ଯାଇଥିଲେ ।

ଅନ୍ୟ ଦୁଇଜଣ ଯୁବକ ଗାଁ ଲୋକଙ୍କୁ ଡାକି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ତାହା ସମ୍ଭବ ହୋଇ ନଥିଲା । ଅଗ୍ନିଶମ ବାହିନୀ ନଦୀରୁ ୩ ଜଣ ଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ମାନେ ହେଲେ ହିମାଂଶୁ ପରିଡା, ଆଶିଷ ସତପଥୀ ଓ ସବ୍ୟସାଚୀ ସ୍ଵାଇଁ । ମୃତକଙ୍କ ମଧ୍ୟରୁ ଚିରଞ୍ଜିବୀ ପରିଡା ଜଣେ ବାଇକ୍ ମେକାନିକ ହୋଇଥିବା ବେଳେ ଅନ୍ୟ ଦୁଇଜଣ କଲେଜ ରେ ପାଠ ପଢୁଥିଲେ।
