ସାଲେପୁର ମହାଜନପୁର ରେ ଭୟଙ୍କର ବାଣ ବିସ୍ଫୋରଣ, ଦୁଇ ମୃତ

କଟକ ୨୦/୦୨/୨୦୨୬ (ଓଡିଶା ସମାଚାର/ଅଭୟ ଜେନା)- କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ମହାଜନ ପୁର ନାୟକ ସାହିର ଗୋବିନ୍ଦ ନାୟକ ଙ୍କ ଘରେ ଗୁରୁବାର ରାତିରେ ଭୟଙ୍କର ବାଣ ବିସ୍ଫୋରଣ ଘଟି ଦୁଇଜଣ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣାରେ ବୋହୁ ପ୍ରଭାତୀ ନାୟକ ଓ  ନାବାଳିକା ଝିଅ ସ୍ଥିତପ୍ରଜ୍ଞାର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଶାଶୁ ସୁଧାଂଶୁ ନାୟକ  କଟକ ଏସ ସି ଵି ରେ ଚିକିତ୍ସିତ ହେଉଛନ୍ତି। ଘରେ ବାଣ ତିଆରି କରାଯାଉଥିବା ସହ ବିପୁଳ ବାଣ ମହଜୁଦ ଥିଲା ।

  ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଥିଲା ଏବଂ ଛାତର କିଛି ଅଂଶ ପାଖରେ ଥିବା ଅନ୍ୟ ଏକ ଘର ଛାତ ଉପରେ ପଡ଼ିଥିଲା। ଖବର ପାଇ ଜଗତପୁର ପୋଲିସ ପହଞ୍ଚି ତଦନ୍ତ କରୁଛି ।ଏଠାରେ ଉଲ୍ଲେଖନୀୟ ଯେ ବିଗତ ଦିନରେ ଏହି ଗ୍ରାମରେ ଅଧିକାଂଶ ଙ୍କ ଘରେ ବେଆଇନ ବାଣ ତିଆରି କରିଥାନ୍ତି । ଅନେକଥର ପୁଲିସ୍ ଚଢ଼ଉ କରୁଥିଲେହେଁ ପୁନର୍ବାରବାଣ ପ୍ରସ୍ତୁତ କରାଯାଉଥିଲା । ଏହି ବେଆଇନ ବାଣ ପ୍ରସ୍ତୁତ ପାଇଁ ପ୍ରଶାସନ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *