ବହୁ ପ୍ରତିକ୍ଷିତ ହରିପୁର ବ୍ରିଜ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟିତ

ଦୁଇ ଜିଲ୍ଲା ର ୭ ପଞ୍ଚାୟତ ସହ ଯୋଡିହେଲା ୨୩ ଖଣ୍ଡ ଗାଁ
ପାଲଲହଡା,୨୮/୦୪/୨୦୨୫ (ଓଡ଼ିଶା ସମାଚାର)- ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ର ବହୁ ପ୍ରତିକ୍ଷିତ ହରିପୁର ବ୍ରିଜ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଗତ ୨୬ ତାରିଖ ରେ ଅନୁଗୁଳ ମୋହତ୍ସବ ର ଉଦଘାଟନୀ ଉଦଘାଟନୀ ଉତ୍ସବ ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉକ୍ତ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ରିଜ କୁ ସର୍ବସାଧାରଣ ପାଇଁ ଲୋକାର୍ପଣ କରିଥିଲେ ।

ଯାହାଦ୍ୱାରା ଅନୁଗୁଳ ଜିଲ୍ଲା ର ଦୁଇଟି ପଞ୍ଚାୟତ ସମେତ ଦେବଗଡ଼ ଜିଲ୍ଲା ର ଚାରିଗୋଟି ପଞ୍ଚାୟତ ର ମୋଟ ୧୮ ଗୋଟି ପଞ୍ଚାୟତ ର ଲୋକେ ଉପକୃତ ହେବେ । ଏହି ଅଞ୍ଚଳ ରେ ବ୍ରିଜ ନଥିବାରୁ ଦୀର୍ଘଦିନରୁ ଏହି ଅଞ୍ଚଳ ର ଲୋକ ମାନେ ଦେବଗଡ଼ ଜିଲ୍ଲା ଦେଇ ଯାତାୟାତ କରୁଥିବାରୁ ଏହି ବ୍ରିଜ ହେବାଦ୍ବାରା ପ୍ରାୟ ଅନୁଗୁଳ ଜିଲ୍ଲା ର ଦୁଇଟି ପଞ୍ଚାୟତ ର ୧୨ ଖଣ୍ଡ ଗାଁ ଏବଂ ଦେବଗଡ଼ ଜିଲ୍ଲା ର ୪ ଟି ପଞ୍ଚାୟତ ର ୧୩ ଖଣ୍ଡ ଗାଁ ର ଲୋକ ମାନେ ବର୍ତମାନ ସୁରୁଖୁରୀ ରେ ଯାତାୟାତ କରିପାରିବେ ।

ନାବାର୍ଡ ର ଆର ଆଇ ଡି ଏଫ ଯୋଜନା ଅଧୀନ ରେ ପାଲଲହଡା ପୂର୍ତ୍ତବିଭାଗ ଦ୍ୱାରା ନିର୍ମିତ ପ୍ରାୟ ୫୫୦ମିଟର ଲମ୍ବା ଏବଂ ପ୍ରାୟ ୪୪ କୋଟି ବ୍ୟୟ ରେ ନିର୍ମିତ ଏହି ଉଚ୍ଚା କ୍ଷମତା ସମ୍ପର୍ଣ୍ଣ ଏହି ବ୍ରିଜ ଦ୍ୱାରା ପ୍ରାୟ ପାଞ୍ଚ ହଜାର ଲୋକ ଉପକୃତ ହେବା ନେଇ ପାଲଲହଡା ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଗତ ସରକାର ଙ୍କ ଅମଳ ୨୦୨୧ ମସିହାରେ ରେ ଏହି କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଶେଷ ହୋଇ ଉଦଘାଟିତ ହୋଇଛି ।

Leave a Reply

Your email address will not be published. Required fields are marked *