ଚପଲ ଖୋଲି ଚୈ।କିକୁ ନମସ୍କାର କରି ବସିଲେ
କଟକ ସଦର,୧୨/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିଆଳି ବିଧାୟକ ଛବି ମଲ୍ଲିକ ଆନୁଷ୍ଠାନିକ ଭାବେ କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ଵ ନେଇଥିବା ଜଣାପଡିଛି। ବିରାଟ ପଟୁଆରରେ ଆସି ଛଵି ପ୍ରଥମେ ଚପଲ ଖୋଲି ଚେୟାର କୁ ନମସ୍କାର କରି ଜିଲ୍ଲା ଯୋଜନା ବୋର୍ଡ କାର୍ଯ୍ୟାଳୟ ଠାରେ ଦାୟିତ୍ଵ ଗ୍ରହଣ କରିଛନ୍ତି।

ଦାୟିତ୍ଵ ଗ୍ରହଣ ସମୟରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଜେଡ଼ି ରୁ ନିଲମ୍ବିତ ଚୈ।ଦ୍ୱାର କଟକ ବିଧାୟକ ସୈ।ଭିକ ବିଶ୍ବାଳ,ଵାଙ୍କି ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଙ୍କ ସମେତ ବିଜେପି ନଗର ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ଗ୍ରାମୀଣ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, ଲଲାଟେନ୍ଦୁ ଵଡୁ,ନୟନ କିଶୋର ମହାନ୍ତି ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ। ଏକ ମାସ ମଧ୍ୟରେ ଗାଁ ରୁ ସହର ସବୁଠି ସମାନ ଉନ୍ନତି ଦିଗରେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା କରି ପଦକ୍ଷେପ ନେବେ ବୋଲି ଶ୍ରୀ ମଲ୍ଲିକ ଦାୟିତ୍ଵ ଗ୍ରହଣ କରିବା ଅବସରରେ କହିଛନ୍ତି।
