ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀଙ୍କୁ ଅବସର ସମ୍ବର୍ଦ୍ଧନା।

ଯାଜପୁର,୩୧/୦୫/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଯାଜପୁରର  ଡେପୁଟି କଲେକ୍ଟର ମଧୁସୂଦନ ନାୟକ ଓ ବରିଷ୍ଠ ରାଜସ୍ୱ ସହାୟକ ତଥା ଜିଲ୍ଲା ଅମଲା ସଂଘର ସମ୍ପାଦକ ମଦନ ମୋହନ ପତି ସରକାରୀ ଚାକିରିରୁ ଅବସର ନେଇଥିବା ଉପଲକ୍ଷେ ଆଜି ମଧ୍ୟାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ, ସହକାରୀ ଜିଲ୍ଲାପାଳ ଶ୍ରୀ ବାସୁଦେବ ନାୟକ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ସେଠୀ, ବିଭାଗୀୟ ଅଧିକାରୀ ଶ୍ରୀ ଦେବକାନ୍ତ କର , ବରିଷ୍ଠ ରାଜସ୍ୱ ସହାୟକ ଅଶୋକ ମିଶ୍ର ଓ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ତାଙ୍କର ସୁଖ, ସମୃଦ୍ଧି, ସୁସ୍ଥ ଓ ନିରାମୟ ଜୀବନଯାପନ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *