ଲକ୍ଷ୍ମୀ ପୂଜା ପାଇଁ ଅନୁକୂଳ ମାଟି ଉଠିଲା

ଭୁବନ ୧୫/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ପୂଜା ପ୍ରତିଷ୍ଠାନ ତରଫରୁ ପବିତ୍ର ବାମନ ଜନ୍ମ ସୁନିଆ ରେ ଅନୁକୂଳ ମାଟି ଅଣା ଯାଇଛି । ପୁରାତନ ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ମହାଲକ୍ଷ୍ମୀ ଯୁବକ ସଂଘ, ଅରାସାହି ତରଫରୁ ରଗଡ଼ି ନାଳ ରୁ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ମାଟି ଅଣା ଯାଇଥିଲା । ଅରାସାହି ସଭାପତି ହୃଦାନନ୍ଦ ବେହେରା ଙ୍କ ସମେତ ରାମକୃଷ୍ଣ ପୋଥାଳ,ସତ୍ୟାନନ୍ଦ ପୃଷ୍ଟି,ସୁଶାନ୍ତ କୁମାର ପୃଷ୍ଟି ପ୍ରମୁଖ ବହୁ ବ୍ୟକ୍ତି ମାଟି ଉଠା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *