ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ ପ୍ରଦାନ ଉତ୍ସବ

ଅକ୍ଷୟଙ୍କ ସଂଗୀତ ପ୍ରତିଭାର କ୍ଷୟ ନାହିଁ

ଭୁବନେଶ୍ୱର,୧୭/୧୧/୨୦୨୩ (ଓଡ଼ିଶା ସମାଚାର)-ପ୍ରଖ୍ୟାତ୍ ସଙ୍ଗୀତଜ୍ଞ ଓ ସାହିତି୍ୟକ ଓ ସଂଗୀତ ପ୍ରତିଭାର କ୍ଷୟ ନାହିଁ  । ତାଙ୍କର ଯାଦୁକାରୀ କଣ୍ଠଶ୍ୱର ଓ ସଂଗୀତର ସଂଯୋଜନା ପିଢୀ ପରେ ପିଢୀଙ୍କୁ ମନୋରଂଜନର ଖୋରାକ ଯୋଗାଇଦେଇ ଚାଲିଥିଲେ ହେଁ ଓଡ଼ିଆ ଜାତି ସେହି ପ୍ରତିଭାର ସଠିକ୍ ମୂଲ୍ୟାୟନ ଏଯାବତ୍ କରିନାହିଁ  । ଗୋଟିଏ ଦୁଇଟି ସଂଗୀତ ଗାୟନ କରିଥିବା କଳାକାରମାନେ ଜାତୀୟ ଓ ଆର୍ନ୍ତଜାତୟ ସ୍ତରରେ ସମ୍ମାନିତ ହେଉଥିବା ବେଳେ ଅକ୍ଷୟଙ୍କ ଭଳି ଜଣେ କାଳଜୟୀ ସ୍ରଷ୍ଟାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ଅବହେଳା ପ୍ରଦର୍ଶନ କରିଛୁ  । ବାସ୍ତବ ଘଟଣାବଳୀକୁ ନେଇ ସାହିତ୍ୟ ସୃଷ୍ଟି କରିବାରେ ଅକ୍ଷୟ ମହାନ୍ତି ଥିଲେ ଏକ ଅନନ୍ୟ ପ୍ରତିଭା  ।

            ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଏକବିଂଶତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମହାନ୍ ସାଧକଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି  । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶକ ଦିଲୀପ ରାଉତରାଏ ଏବଂ ‘କାଦମ୍ବିନୀ’ର ସମ୍ପାଦିକା ତଥା ଲେଖିକା ଡଃ ଇତି ସାମନ୍ତ ଅତିଥି ରୂପେ ଯୋଗଦେଇ ଅକ୍ଷୟଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ  । ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ  । ଅନୁଷ୍ଠାନ ପକ୍ଷରୁ ପ୍ରଯୋଜକ ଲୁଟୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ  ।

            ଏହି ଉତ୍ସବରେ ଚଳିତ ବର୍ଷର ସମ୍ମାନଜନକ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ବିଶିଷ୍ଟ ସାହିତି୍ୟକ ରାଜ୍ୟବର୍ଦ୍ଧନ ଧଳ ମହପାାତ୍ରଙ୍କୁ ପ୍ରଦାନ କରାଯାଇଥିଲା  । ସେହିପରି ଜଣାଶୁଣା କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କୁ ‘ଅକ୍ଷୟ ସଂଗୀତ ସମ୍ମାନ’ ପ୍ରଦାନ କରାଯାଇଥିଲା  । ଶେଷରେ ଆୟୋଜିତ ମନୋଜ୍ଞ ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ବହୁ ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀ ଅକ୍ଷୟ ସଂଗୀତ ପରିବେଷଣ କରିଥିଲେ  । ଏଥିରେ ଉଦୀୟମାନ ଭାଓଲିନ୍ ବାଦକ ମାଷ୍ଟର ରାକେଶ ବିଶ୍ୱାଳ ଅକ୍ଷୟ ସଂଗୀତର ସ୍ୱର ବାଦନ କରିଥିବା ବେଳେ ଇଂ. ବିଚିତ୍ରାନନ୍ଦ ଦେଓ, ଶୈଳଭାମା ମହାପାତ୍ର, ଆଦ୍ୟାଶା ଦାସ, ପ୍ରୀତିନନ୍ଦା ରାଉତରାୟ, ପ୍ରତିଭା ପ୍ରଧାନ, ସିଦ୍ଧାନ୍ତ ଶତପଥୀ, ବିଜୟଲକ୍ଷ୍ମୀ ପତି, ୟସ୍ ମହାନ୍ତି, ଅର୍ଣ୍ଣବ ପଣ୍ଡା, ସଂଜୟ ମିଶ୍ର ପ୍ରମୁଖ ସୁଲଳିତ କଣ୍ଠରେ ସଂଗୀତ ପରିବେଷଣ କରିଥିଲେ  । ବିଶିଷ୍ଟ ବାଦ୍ୟଗୁରୁ ଅବନୀକାନ୍ତ ଦାସ (ଗେନୁ) ଏହି ସଂଗୀତ ସନ୍ଧ୍ୟାକୁ ପରିଚାଳନା କରିଥିଲେ କୈଳାସ ପାତ୍ର (କେପି)  । ଏହି ଉତ୍ସବରେ କମିଟିର ସଦସ୍ୟ ରବି ବିଶ୍ୱାଳ, ଜ୍ଞାନରଂଜନ ପ୍ରିୟଦର୍ଶନ, ଶ୍ରୀଧର ମାର୍ଥା ପ୍ରମୁଖ ସହଯୋଗିତା କରିଥିଲେ  ।

Leave a Reply

Your email address will not be published. Required fields are marked *