ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିବା ଆମ ସରକାରଙ୍କ ଲକ୍ଷ୍ୟ: ମନ୍ତ୍ରୀ ସମ୍ପଦ ସ୍ୱାଇଁ
ଭୁବନେଶ୍ୱର, ୨୯/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶାର ଶିଳ୍ପ ଶିକ୍ଷା ପ୍ରତିଷ୍ଠାନରୁ (ITI) ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଆଜି କୌଶଳ ଦୀକ୍ଷାନ୍ତ ସମାରୋହ ଆୟୋଜିତ ହୋଇଯାଇଛି ।
ଏହି ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ଆମ Skilled-In-Odisha ଯୁବଶକ୍ତି ତାଙ୍କର କଠିନ ପରିଶ୍ରମ, ସଂକଳ୍ପ ଏବଂ କୌଶଳ ଦ୍ୱାରା ରାଜ୍ୟର ସ୍ୱାଭିମାନକୁ ସ୍ଥାନୀୟ ଏବଂ ଦେଶୀୟ ସହିତ ଆନ୍ତର୍ଜାତିକ ମଞ୍ଚରେ ଉନ୍ନତ କରିବାରେ ସଫଳ ହୋଇଛନ୍ତି । ମାନ୍ୟନୀୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମ ସରକାର ରାଜ୍ୟରେ ଦକ୍ଷତା ବିକାଶର ପରିବେଶକୁ ଉତ୍ତମ କରିବା ପାଇଁ ପ୍ରତିବଦ୍ଧ । ଏହାକୁ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ, ଶିଳ୍ପଚାଳିତ ଏବଂ ନିଯୁକ୍ତି ଉପରେ ଧ୍ୟାନ ଦେଇ ସ୍କିଲିଂର ଗୁଣରେ ଉନ୍ନତି ଆଣିବା ପାଇଁ ଆମେ କାର୍ଯ୍ୟ କରିବୁ । ବିକଶିତ ଭାରତ ୨୦୪୭ର ବୃହତ ଜାତୀୟ ଆକାଂକ୍ଷାକୁ ପ୍ରତିଫଳିତ କରି ବିକଶିତ ଓଡିଶା ୨୦୩୬ ଗଠନରେ ଦକ୍ଷତା ବିକାଶ ବିଭାଗ କଠିନ ପରିଶ୍ରମ କରିବ ।
ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା କହିଥିଲେ ଯେ ଏହା Skilled-In-Odisha ଯୁବଶକ୍ତିଙ୍କ ଆତ୍ମନିର୍ଭର ଭାରତ ଏବଂ ଆତ୍ମନିର୍ଭର ଓଡିଶା ଗଠନ କରିବାର ଯାତ୍ରାର ଆରମ୍ଭ । ଏହା ତାଙ୍କୁ ଭାରତର ଉନ୍ନତିରେ ମୁଖ୍ୟ ଭାବେ ଅବଦାନ କରିବାରେ ସାମର୍ଥ୍ୟଶାଳୀ କରିବ ।
କୁଶଳୀ ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ଅନୁପ୍ରାଣିତ ଏହି କାର୍ଯ୍ୟକ୍ରମ ଭାରତର ଅଭିବୃଦ୍ଧିରେ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରି ଏବଂ ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଓଡିଶାର ଯୁବଗୋଷ୍ଠୀ ସଫଳତାକୁ ଦୃଷ୍ଟାନ୍ତ କରିଛି । ଭାରତରେ ଚଳିତ ବର୍ଷ ଅଲ -ଇଣ୍ଡିଆ ଟ୍ରେଡ୍ ଟେଷ୍ଟ (AITT) ଆୟୋଜିତ କରାଯାଇଥିଲା ଯେଉଁଥିରେ ସାରା ଦେଶରୁ ୧୯ ଲକ୍ଷରୁ ଅଧିକ ଆଇ.ଟି.ଆଇ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଓଡିଶାରୁ ୮୦,୦୭୨ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ, ଯେଉଁଥିରୁ ୭୧,୭୦୨ ଜଣ ସଫଳ ହୋଇଥିଲେ । ଏହା ମୋଟ ହାରର ୯୦ ପ୍ରତିଶତ ଓ ଏଥି ମଧ୍ୟରୁ ୫ ଜଣ ଉଦୀୟମାନ ଛାତ୍ରଛାତ୍ରୀ (ଦୁଇ ଜଣ ସୁଦକ୍ଷା) ସଫଳତାର ସୂଚକ ହୋଇ ୨୬ ଅକେଫାବରରେ ଭାରତ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।
Special ITI ପାଇଁ PwD – କମ୍ପ୍ୟìଟର ଅପରେଟର ଏବଂ ପ୍ରୋଗ୍ରାମିଂ ଅସିଷ୍ଟାଣ୍ଟ ପାଠ୍ୟକ୍ରମରେ ତୁଳସୀ ଦାସ, େୱଲïର ପାଠ୍ୟକ୍ରମରେ ସରକାରୀ ITI ପୁରୀର ଅନସୂୟା ପରିଡା ଓ ରାକେଶ ବେହେରା, ଇଲେକ୍ଟ୍ରିସିଆନ୍ ପାଠ୍ୟକ୍ରମରେ ସରକାରୀ ITI ପୁରୀର ଜିକିରିଆ ଖାନ, ମେକାନିକ୍ ମୋଟର ଭେହିକଲ୍ ପାଠ୍ୟକ୍ରମରେ ସରକାରୀ ITI, ଫୁଲବାଣୀର ଚନ୍ଦନ ପ୍ରଧାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନ୍ୟ ୪୬ ଜାତୀୟ ଏବଂ ୬୮ ରାଜ୍ୟସ୍ଥରୀୟ ™ମାନଙ୍କୁ ମଧ୍ୟ ସମ୍ମାନିତ କରଯାଇଥିଲା ।
ଏହି ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ କ୍ଷେତ୍ରରେ ଉତ୍କର୍ଷତା ଆଡକୁ ଆଗେଇ ନେଇଥିବା ବିଭିନ୍ନ ଅନୁଷ୍ଠାନ, ପ୍ରଧାନଶିକ୍ଷକ ଏବଂ ଅଧ୍ୟାପିକାମାନଙ୍କ ଅମୂଲ୍ୟ ଅବଦାନକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଶଂସା କରିଥିଲେ । ସରକାରୀ ଆଇଟିଆଇ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର ଏବଂ ତାକତପୁର ପରି ଅନୁଷ୍ଠାନମାନେ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦେଇଥିଲେ । ବାଲେଶ୍ୱର ଏବଂ ବ୍ରହ୍ମପୁରରୁ ୯ଟି, ଭୁବନେଶ୍ୱରରୁ ୮ଟି ଏବଂ ତାକତପୁରରୁ ୫ଟି ଟ୍ରେଡ଼ରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇ ରାଜ୍ୟରେ ଶ୍ରେଷ୍ଠତା ଦର୍ଶାଇଥିଲେ । ଶେଷରେ ଅତିରିକ୍ତ ଶାସନ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
-0-
ସଚ୍ଚିଦାନନ୍ଦ ବେହେରା,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ