ରେଜ୍ ଫାଉଣ୍ଡେସନ୍ ର ଅଭିନବ କାର୍ଯ୍ୟକ୍ରମ : ୪ର୍ଥ ସ୍ୱୟଂସିଦ୍ଧା ସମ୍ମାନ ୨୦୨୫ : ସମ୍ମାନୀତ ହେଲେ ୮ ଜଣ ପ୍ରତିଭାବାନ ମହିଳା

କଟକ ୨୬/୦୩/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀସଂଗଠନ ରେଜ୍ ଫାଉଣ୍ଡେସନ୍ ଆନୁକୁଲ୍ୟରେ ୪ର୍ଥ ସ୍ୱୟଂସିଦ୍ଧା ସମ୍ମାନ ୨୦୨୫ କଟକ ର ଶିଖରପୁର ସ୍ଥିତ ଏକ ଘରୋଇ ହୋଟେଲଠାରେ ଆୟୋଜିତ ହୋଇଯାଇଛି । ଏହି ସମ୍ମାନ ଜନକ ଓ ଅଭିନବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାଷ ଚନ୍ଦ୍ର ସିଂ, ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ରମାଦେବୀ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଚଣ୍ଡି ଚରଣ ରଥ, ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧୀକାରୀ ଶ୍ରୀ ବିପିନ ବିହାରିରାଉତ, କଟକ ମହାନଗର ସମ୍ବାଦର ସହ-ପ୍ରବନ୍ଧକ ଶ୍ରୀକୃଷ୍ଣ ପ୍ରସାଦ ଦାସ, ସାଇବର କ୍ରାଇମ ଓ ଇକୋନୋମିକ୍ ଅଫେନ୍ସ୍ ବିଭାଗର ସହଯୋଗୀ ଶ୍ରୀମତୀ ଶୁଭଶ୍ରୀ ନାୟକ ।


ରେଜ୍ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ତଥା ବିଶିଷ୍ଟ ମହିଳା ଶିଳ୍ପେଦ୍ୟୋଗୀ ଶ୍ରୀମତି ରଶ୍ମୀସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ସଂଭାଷଣ ରଖିଥିଲେ ରେଜ୍ ଫାଉଣ୍ଡେସନ ର ସଂପାଦକ ଶ୍ରୀ ଅଭିନାଶ ସିଂ । ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ ଯେ ୪ ବର୍ଷର ପ୍ରୟାସରେ ରେଜ୍ ଫାଉଣ୍ଡେସନ୍ ଓଙ୍ଗÿିଶାର ବିଭିନ୍ନ ପ୍ରାନ୍ତରେ ଅନେକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇ ପାରଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, ପିତା ଡ଼. ଶରତ କୁମାର ସାହୁଙ୍କ ମାର୍ଗଦର୍ଶନ ଓ ଓଙ୍ଗÿିଶାବାସୀଙ୍କ ଭଲପାଇବାକୁ ପାଥେୟ କରି ରେଜ୍ ଫାଉଣ୍ଡେସନ୍ ସ୍ୱଳ୍ପ ସମୟ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟିକ ସଂସ୍ଥାନ, କ୍ରୀଡା, ଅନ୍ନଦାନ, ତଥା ସର୍ବୋପରି କର୍କଟ ପିଡୀତ ଶିଶୁମାନଙ୍କ ପାଇଁ କାର୍ଯ୍ୟକ୍ରମ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।

ମୂଖ୍ୟ ଅତିଥି ଶ୍ରୀ ସିଂ ପ୍ରକାଶ କରିଥିଲେ ଯେ ରଶ୍ମି ସାହୁ ନିଜ ପିତାଙ୍କ ଭଳି ଜଣେ ଆଦର୍ଶ ଶିଳ୍ପୋଦ୍ୟୋଗୀ, ସମାଜସେବୀ । ରେଜ୍ ଫାଉଣ୍ଡେସନ୍ ପ୍ରତିଷ୍ଠା କରି ସେ ଅନେକଙ୍କ ହିତରେ ଠିଆହୋଇ ପାରିଛନ୍ତି । ଶ୍ରୀ ରଥ ପ୍ରକାଶ କରିଥିଲେ ଯେ ରେଜ୍ ର ପ୍ରୟାସ ନିଆରା ଓ ଅନନ୍ୟ । ଶ୍ରୀ ରାଉତ କହିଥିଲେ ଅନ୍ୟପାଇଁ ବଂଚିବାର ଯେଉଁ ଆଶା ରେଜ୍ ଫାଉଣ୍ଡେସନ ନେଇକ୍ତି ତାହା ବେଶ୍ ସ୍ୱାଗତ ଯୋଗ୍ୟ ।

ସେହିପରି ଶ୍ରୀ ଦାସ ପ୍ରକାଶ କରିଥିଲେ ରଶ୍ମୀ ସାହୁ ଓ ରେଜ୍ ଫାଉଣ୍ଡେସନ୍ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ଗୋଟିଏ ପଟେ ବ୍ୟବସାୟିକ ସଫଳତା ଓ ଅନ୍ୟପଟେ ସାମାଜିକ ସଫଳତା । ଏହାହିଁ ତାଙ୍କୁ ପୁର୍ଣ୍ଣାଙ୍ଗ ଜୀବନ ଆଡ଼କୁ ଟାଣିେ ନଉଛିା ଶ୍ରୀମତୀ ନାୟକ କହିଥିଲେ ଆଜିର ନାରୀ ଯେ କୌଣସି ଗୁଣରେ କମ ନୁହନ୍ତି ତାହାର ଜ୍ୱଳନ୍ତ ଉଦାହରଣ ହେଲେ ଶ୍ରୀମତୀ ରଶ୍ମୀ ସାହୁ ।

ଏହି ଅବସରରେ ୮ ଜଣ ବିଶିଷ୍ଟ ସଫଳ ମହିଳାଙ୍କୁ ସେମାନଙ୍କର ସାଧନା ଓ ସ୍ୱୀକୃତୀ ପାଇଁ ସ୍ୱୟଂସିଦ୍ଧା ସମ୍ମାନ ୨୦୨୫ରେ ସମ୍ମାନୀତ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୀବନ ବ୍ୟାପି ସାଧନା ସମ୍ମାନରେ ସମ୍ମାନୀତ କରାଯାଇଥିଲା ସଖା ବୃଦ୍ଧାଶ୍ରମର ପ୍ରତିଷ୍ଠାତ୍ରୀ କବିତା ମହାପାତ୍ରଙ୍କୁ, ଶ୍ରେଷ୍ଠ ମହିଳା ସମ୍ମାନରେ ଓମ୍ ସାଇ ସଂସ୍ଥାନର ଶକୁନ୍ତଳା ମୁଦୁଲିଙ୍କୁ ସମ୍ମାନୀତ କରାଯାଇଥିବାବେଳେ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ମାନରେ କୃଷ୍ଣପ୍ରିୟା ତ୍ରୀପାଠୀଙ୍କୁ, ଶ୍ରେଷ୍ଠ ସମାଜସେବୀକା ସମ୍ମାନରେ ଅନୁପମା ନାୟକଙ୍କୁ, ଶ୍ରେଷ୍ଠ ଉଦୀୟମାନ ମହିଳା ସମ୍ମାନରେ ସୁଶ୍ରୀ ସଙ୍ଗୀତା ଦାସଙ୍କୁ, ଶ୍ରେଷ୍ଠ ଅସାଧାରଣ ମହିଳା ସମ୍ମାନରେ ରୋଜାଲିନ ବେହେରାଙ୍କୁ, ଶ୍ରେଷ୍ଠ ମହିଳା ସାମ୍ବାଦିକ ଭାବେ ସିମନ୍ତିକା ନନ୍ଦଙ୍କୁ, ଶ୍ରେଷ୍ଠ ଅସାଧାରଣ ନାରୀ ନେତ୍ରୀ ଭାବରେ ବିଣା ଧୋଳିଙ୍କୁ ସମ୍ମାନୀତ କରାଯାଇଥିଲା ।

ସମସ୍ତ ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିବାବେଳେ, ପର୍ଯ୍ୟଟନ ବିଭାଗର ନିର୍ଦ୍ଧେଶିକା(ସ୍ୱାଧୀନ) ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ରୁଚିର ନିର୍ଦ୍ଧେଶିକା ସଙ୍ଗୀତା ସାହୁ, ବିଶିଷ୍ଟ ସମାଜସେବୀ ସଞ୍ଜୟ ଜେନା, ୪୭ ନମ୍ବର ୱାର୍ଡର କର୍ପୋରେଟର ଇଂ ସୁବ୍ରତ ଘଡ଼େଇ ଓ ମହାନଦୀ ବିହାର ଉନ୍ନୟନ ପରିଷଦର ସଂପାଦକ ଶ୍ରୀ ହିମାଂଶୁ ଶେଖର ଷଢଙ୍ଗୀଙ୍କ ସମେତ ୧୫୦ରୁ ଉର୍ଦ୍ଧ ବୁଦ୍ଧିଜୀବି ଓ ସମାଜୀକ କର୍ମୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

ଏହି ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମକୁ ସଂଚାାଳନ କରିଥିଲେ ଉଲ୍ଲାସ ଚନ୍ଦ୍ର ବେହୁରା । ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀକାନ୍ତ ମହାପାତ୍ର, ଶିଳ୍ପା ଦାସ,ଚିନ୍ମୟୀ ଭୁୟାଁ । ହ୍ୱାଇଟକାନଭାସ ର କର୍ମକର୍ତାମାନେ ଇଭେଂଟରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *