ନୟାଗଡର ବିଭିନ୍ନ ଶୈବ ପୀଠ ରେ ସାବିତ୍ରୀ ବ୍ରତ ପାଳିତ ।

ନୟାଗଡ଼ ୨୬/୦୫/୨୦୨୫ (ଓଡ଼ିଶା ସମାଚାର)- ନୟାଗଡ଼ ସହରର ବିଭିନ୍ନ ଶିବ ମନ୍ଦିର ଗୁଡିକରେ ଆଜି ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରିବାର ଦେଖିବାକୁ ମିଳିଛି। ସଧବା ନାରୀମାନେ ନୂତନ ବସ୍ତ୍ର ପରିଧାନ କରି ହାତରେ ବିଭିନ୍ନ ପ୍ରକାରର ଫଳ ଭୋଗ ଥାଳି ଧରି ଶିବ ମନ୍ଦିରରେ ପହଞ୍ଚି ସାବିତ୍ରୀ ବ୍ରତ ପୂଜା କରିଥିଲେ ଏବଂ ପ୍ରଭୁ ଶିବ ଶଙ୍କରଙ୍କ ଠାରେ ନିଜ ନିଜ ସ୍ବାମୀ ତଥା ସତ୍ୟବାନ୍ ମାନଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଥିଲେ।

ନୟାଗଡ଼ ସହରର ଆଖଣ୍ଡଳମଣି ମନ୍ଦିର, ସ୍ଵପ୍ନେଶ୍ୱର୍ ମନ୍ଦିର, ରାମେଶ୍ବର ମନ୍ଦିର ଆଦି ଶୈବ ପୀଠ ଗୁଡ଼ିକ ରେ ସକାଳୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ମହିଳାମାନେ ଧାଡ଼ିରେ ଠିଆ ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏହି ପୂଜା ସମ୍ପନ୍ନ କରି ଥିଲେ  ।

 ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ଗୁଡିକରେ ବ୍ୟାପକ ପ୍ରସ୍ତୁତି କରା ଯାଇଥିଲା। ଏଥି ସହିତ ସରଣକୁଳ ଲଡୁବାବା, ବାହାଡ଼ା ଝୋଲା ଦୂତିକେଶ୍ୱର୍ ମନ୍ଦିର ଆଦିରେ ଆଜି ଅସମ୍ଭବ ପ୍ରକାର   ଭିଡ଼ ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *