ହାଇଦ୍ରାବାଦ/ ଭୁବନେଶ୍ୱର,୨୬/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ଅମନ ବେଦିକା ଅରଫାନେଜ ହୋମ ଫର ଗାର୍ଲ ଚାଇଲଡ ଠାରେ ବ୍ରହ୍ମପୁର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟର ଖ୍ୟାତନାମା ଓଡ଼ିଆ ପ୍ରଫେସର ତଥା ସାହିତ୍ୟିକା ଗାନ୍ଧିନଗର ନିବାସୀ ସ୍ବର୍ଗତ ଡ଼ଃ. ସବିତା ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅସହାୟ ଝିଅ ମାନଙ୍କ ସଶକ୍ତି କରଣ ପ୍ରତି ତାଙ୍କ ଅମାୟିକ ଉଦ୍ୟମ ଏବଂ ମହତ ଉଦେଶ୍ୟର ମର୍ମ ଗୁଡିକରେ ପ୍ରୋତ୍ସ।ହନ କରାଯାଇଥିଲା।
ସେହିପରି ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନକୁ ନେଇ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ସ୍ମୁତିଚାରଣ କରିଥିଲେ। ଏହି ପବିତ୍ର ସ୍ମରଣୀୟ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ଝିଆରୀ ଡ଼ଃ. ରୀନା ଦାସ, ଝିଆରୀ ଜ୍ୱାଇଁ ସୁବ୍ରତ ମହାନ୍ତି, ନାତି ଅରମାନ ଏବଂ ଓଡିଶା ଫୋଟୋଗ୍ରାଫିକ ଆସୋସିଏସନର ସମ୍ପାଦକ ଗୌରୀ ମହାଙ୍କୁଡ଼ଙ୍କ ସମେତ କେଓଲିସ ହାଇଦ୍ରାବାଦ ମେଟ୍ରୋରେଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେହିପରି ଡାକ୍ତର ସଙ୍ଗୀତା ଦାସ ଓ ସୁଶୀଲ ପଟ୍ଟନାୟକ ମଧ୍ୟ ଚର୍ତୁଥ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାସହ ଅମର ଆତ୍ମାର ସଦଗତି କାମନା କରିଥିଲେ।
