ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଓରିଏଣ୍ଟେସନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ଯାଜପୁର,୨୬/୧୧/୨୦୨୪ (ଓଡ଼ିଶା ସମାଚାର)-ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ର ଅଧ୍ୟକ୍ଷ ତଥା ଦୌରା ଜଜ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଭାବେ ଗଠିତ ଜିଲ୍ଲା ସ୍ତରୀୟ ଏଲ ଏସ୍ ୟୁ ସି ର ସଦସ୍ୟ ମାନଙ୍କର ପ୍ରଶିକ୍ଷଣ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ପ୍ରାଧିକରଣ ର ସଚୀବ ଶ୍ରୀ ଜ୍ୟୋତିର୍ମୟୀ ଦାସ ଙ୍କ ସଂଯୋଜନା ଓ ପରିଚାଳନା ରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ପ୍ରଶିକ୍ଷକ ଭାବେ ଶ୍ରୀ ଶରତ କୁମାର ଦେହୁରୀ ଆଡହକ ଏଡିଜେ ଏଫ୍ ଟି ଏସ୍ ସି, କିଶୋର ନ୍ୟାୟ ପରିଷଦ ର ସଦସ୍ୟା ରୀତା ବେହେରା ,ଶିଶୁ ମଙ୍ଗଳ କମିଟି ସଦସ୍ୟ ଜୟନ୍ତ କୁମାର ଗୋସ୍ଵାମୀ,ପ୍ରାକ୍ତନ ଶିଶୁ ମଙ୍ଗଳ କମିଟି ଓ ପ୍ରାଧିକରଣ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ,ଡିଭିଜନ ହେଡ ଈଣ୍ଟରନେସନାଲ୍ ଜଷ୍ଟିସ ମିଶନ ଶ୍ରୀ ଅମିତ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଏହି ୟୁନିଟ୍ ର ଗଠନ ଏହାର କାର୍ଯ୍ୟ ପରିସର ,ଶିଶୁ ପ୍ରିୟ ଆଇନ ସେବା ଶିଶୁ ମାନଙ୍କ ପାଇଁ ଏବଂ ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁ ଆଇନ ଗତ ଦ୍ବନ୍ଦ୍ବ ରେ ଛନ୍ଦି ହୋଇଯାଉ ଥିବା ଶିଶୁ ଙ୍କ ପାଇଁ ସ୍ଥିରିକୃତ ବ୍ୟବସ୍ଥା,ଶିଶୁ ର ସମାନତା ଅଧିକାର,ବଞ୍ଚିବାର ଅଧିକାର,ବିକାଶ ଓ ଭାଗିଦାରୀ ର ଅଧିକାର ବିଷୟ ରେ ପ୍ରଶିକ୍ଷଣ ଦେଇଥିଲେ ।ପ୍ରଶିକ୍ଷାର୍ଥୀ ଭାବେ ଆଠ ଜଣ ପ୍ୟାନେଲ ଆଡଭୋକେଟ୍ ଓ ଦଶ ଜଣ ପି ଏଲ୍ ଭି ଅଂଶ ଗ୍ରହଣ କରିଥିଲେ ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *