ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ବ କବିତା ଦିବସ ପାଳିତ

 କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସ୍ମୃତିରେ ସମର୍ପିତ ହେଲା କାର୍ଯ୍ୟକ୍ରମ

ରାଉରକେଲା,୨୨/୦୩/୨୦୨୫ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ)-ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଂସଦର ନବନିର୍ବାଚିତ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ପୌରୋହିତ୍ଵରେ ବିଶ୍ବ କବିତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବରିଷ୍ଠ କବି ଡାକ୍ତର କୃପାସିନ୍ଧୁ ନାୟକ ଯୋଗଦାନ କରିଥିବା ବେଳେ କବି ମୀନକେତନ ପଶାୟତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ କବିତା ଦିବସର ଆଭିମୁଖ୍ୟ ବାବଦରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ପଦ୍ମ ଭୂଷଣ ରମାକାନ୍ତ ରଥଙ୍କ ସାହିତ୍ୟକୃତି ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ସମେତ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୁର୍ବକ ପ୍ରଭୂ ଶ୍ରୀ  ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

କବି ଉର୍ବଶୀ ଦାସ ପତି  ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସ୍ୱର୍ଗତ ରମାକାନ୍ତ ରଥଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଉପସଭାପତି ରଶ୍ମିବାଳା ରାଉତରାୟ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ କାର୍ଯ୍ୟକାରି ସଭାପତି ପ୍ରତାପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ ସଂସଦର ଆଭିମୁଖ୍ୟ ଓ ନୂଆ କାର୍ଯ୍ୟକ୍ରମ ଗୁଡ଼ିକର ରୂପରେଖ ବାବଦରେ କହିଥିବା ବେଳେ ସହ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ନାୟକ ସମସ୍ତଙ୍କ ସହଯୋଗରେ ନୂଆ କାର୍ଯ୍ୟକ୍ରମ ଗୁଡ଼ିକ ନୂତନ ଢଙ୍ଗରେ ପାଳନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସଭାପତିଙ୍କ ଅଭିଭାଷଣରେ ଶ୍ରୀ ବିଶ୍ଵାଳ ରମାକାନ୍ତ ରଥଙ୍କ ସାହିତ୍ୟ କୃତି ଓଡିଆ ସାହିତ୍ୟ ଭଣ୍ଡାର ପାଇଁ ଅମୂଲ୍ୟ ଦାନ ବୋଲି ଅଭିହିତ କରିଥିଲେ। କୋଷାଧ୍ୟକ୍ଷ ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟ କବିତା ପାଠ ଉତ୍ସବରେ ସଭାପତିତ୍ବ କରି କବି ଡାକ୍ତର ଗୀତାଞ୍ଜଳି ପତ୍ରୀ କବିତା ଏକ ଅମୂଲ୍ୟ ସମ୍ପଦ ଏବଂ ସମାଜ ଗଠନରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ। କବି ମମତା ଜେନା ଓ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଏହି କବିତା ପାଠ କାର୍ଯ୍ୟକ୍ରମ ରେ ଦଶ ଜଣ କବିଙ୍କ ଦ୍ବାରା ରମାକାନ୍ତ ରଥଙ୍କ କାଳଜୟୀ କବିତା ଗୁଡ଼ିକ ପାଠ କରିଥିବା ବେଳେ ଅନ୍ୟ ଦଶ ଜଣ କବି ସ୍ବରଚିତ କବିତା ପାଠ କରିଥିଲେ।

କବି ସତ୍ୟବ୍ରତ ଦାସ, ଡ କିଶୋରୀ ଦାସ, ଚିତ୍ତରଞ୍ଜନ ବ୍ରହ୍ମା, ବିଭୁ ପ୍ରସାଦ ନାୟକ, ସୁମିତ୍ରା ବାରିକ୍, ଉପେନ୍ଦ୍ର କୁମାର ବସ୍ତିଆ, ସୁଶୀଲ କୁମାର ଜେନା, ସୁମିତ୍ରା ମିଶ୍ର,ରଶ୍ମିବାଳା ରାଉତରାୟ, ଗୀତାରାଣୀ ବେହେରା, ମମତା ଜେନା ପ୍ରମୁଖ ରମାକାନ୍ତ ରଥଙ୍କ କବିତା ପାଠ କରିଥିବା ବେଳେ ସର୍ବଶ୍ରୀ ବ୍ରଜେନ୍ଦ୍ର ଦାସ, ମଞ୍ଜୁଳା କୁମାରୀ ରଥ,ମୀନକେତନ ପଶାୟତ, ସୁଶାନ୍ତ କୁମାର ନାୟକ, ସାଗର ମହାନ୍ତି, ଉର୍ବଶୀ ଦାସ, ସରୋଜ କିଶୋର ଦାସ, ଅଭିରାମ  ସାଗରିଆ, ବଳରାମ ଦାସ, ଅନନ୍ତ କିଶୋର ଦାସ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।

ପ୍ରଶାନ୍ତ କୁମାର ପତି,କାଶୀନାଥ ନନ୍ଦୀ, ଶଙ୍କର ପ୍ରସାଦ ତ୍ରିପାଠୀ ,ଲକ୍ଷ୍ମଣ ନାଥ ଦାସ, ରଙ୍କନିଧି ସେଠୀ,ବିଜୟ ରାୟ, ତ୍ରିଲୋଚନ ସ୍ବାଇଁ, କାଶୀନାଥ ପାତ୍ର, କୁଞ୍ଜ ବିହାରୀ ରାଉତ, ଅକ୍ଷୟ ସାମଲ, ସଞ୍ଜୀବ କୁମାର ଭୋଇ, ରଶ୍ମିତ୍ ସାହାଣୀ, ସସ୍ମିତା ପ୍ରଧାନ, ଅଭିରାମ ପ୍ରଧାନ ପ୍ରମୁଖ ବହୁ କବି ଓ ଲେଖକ ଯୋଗଦାନ କରିଥିଲେ। ଶେଷରେ କବି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *