ବସନ୍ତପୁର ଶିରିଡ଼ି ସାଇ ମନ୍ଦିର ପରିସରରେ ହାଇମାଷ୍ଟ ଲାଇଟ୍ ଉଦଘାଟିତ  

ଗରଦପୁର,୨୮/୦୩/୨୦୨୬ (ଓଡ଼ିଶା ସମାଚାର)- ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ ଦିବସ ଅବସରରେ ଗରଦପୁର ବ୍ଲକ୍ ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବସନ୍ତପୁର ଠାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶିରିଡ଼ି ସାଇ ମନ୍ଦିର ରେ ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯିବା ସହିତ ମନ୍ଦିର ନିକଟରେ ଏକ ହାଇମାଷ୍ଟ ଲାଇଟ୍ ଉଦଘାଟିତ ହୋଇଯାଇଛି । ଜିଲାପରିଷଦ ସଦସ୍ୟ ଏଲିଜା ସ୍ୱାଇଁଙ୍କ ଆର୍ଥିକ ଅନୁଦାନରେ ବସନ୍ତପୁର ଶିରିଡ଼ି ସାଇ ମନ୍ଦିର ନିକଟରେ ଏହି ହାଇମାଷ୍ଟ ଲାଇଟ ସ୍ଥାପନ କରାଯାଇଥିଲା ।

ପବିତ୍ର ଶ୍ରୀରାମ ନବମୀ ଅବସରରେ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି, ସମ୍ପାଦକ ସୁନିଲ ମହାନ୍ତି, ଟ୍ରଷ୍ଟ ସଦସ୍ୟ ସ୍ୱରୂପ ମହାନ୍ତି, କମଳ ମହାନ୍ତି, ଆଶିଷ ମହାନ୍ତି,ଦେବୀପ୍ରସାଦ ମହାନ୍ତି,ଅମିୟ କୁମାର ଦାସ, ସଂଯୁକ୍ତା ବିଶ୍ୱାଳ ଓ ଜିତେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଙ୍କ ଉପସ୍ଥିତିରେ ବ୍ରାହ୍ମଣ ପଣ୍ଡିତ ସନ୍ତୋଷ କୁମାର ଦାଶ  ପୂଜାର୍ଚ୍ଚନା କରିବା ପରେ ସାମ୍ବାଦିକ ଡ଼କ୍ଟର ଦୀପ୍ତିରଂଜନ କାନୁନଗୋ ନଡ଼ିଆ ବାଡ଼େଇ ହାଇମାଷ୍ଟ ଲାଇଟ୍ ର ସୁଇଚ୍ ଅନ୍ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ମନ୍ଦରିକୁ ସନ୍ଧ୍ୟା ସମୟରେ ବାବାଙ୍କ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଯାତାୟତରେ ଏହା ସୁବିଧା ହେବ ବୋଲି ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଡ଼କ୍ଟର ରୁଦ୍ର ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *