ସାଲେପୁର, ୨୬/୦୫/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ସାଲେପୁର ସ୍ଥିତ ଆଞ୍ଚଳିକ ସାମ୍ବାଦିକ ସଂଘର ଆଲୋଚନା ସଭା ତଥା ବନ୍ଧୁ ମିଳନ ମଧୁସୂଦନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅକ୍ଷୟ କୁମାର ଦାଶ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନା ରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ରତ୍ନାକର ବାରିକ,ସମ୍ପାଦକ ହୃଷିକେଶ ମଲ୍ଲିକ,ମହାସଚିବ ମନୋଜ ଆଚାର୍ଯ୍ୟ,କୋଷାଧ୍ୟକ୍ଷ ସୁଧୀର ଶତପଥୀ,ସନ୍ତୋଷ ସ୍ୱାଇଁ,ବିରଞ୍ଚି କର,ପ୍ରିୟ ଦର୍ଶିନୀ ପ୍ରଧାନ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
ଆଲୋଚନା ରେ ସାମ୍ୱାଦିକ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ ସରକାର ଙ୍କ ଠାରେ ଦାବି ଉପସ୍ଥାପନ କରାଯିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଅରବିନ୍ଦ ଭୂୟାଁ, କାର୍ଯ୍ୟାଳୟ ସମ୍ପାଦକ ହେମନ୍ତ ଭୂୟାଁ, କୋଷାଧ୍ୟକ୍ଷ ସୁଧୀର ଶତପଥୀ,ତାରାକାନ୍ତ ନାୟକ,ବିଜୟ ଲକ୍ଷ୍ମୀ ଦାଶ,ଅଜୟ ସାହୁ, ଦିଲ୍ଲୀପ ବରାଳ,ସୁଜିତ ଭୂୟାଁ,ଅକ୍ଷୟ ଦାଶ,ଅମୀୟ ବିଶ୍ୱାଳ,ମହେଶ୍ୱର ବେହେରା,ରଞ୍ଜନ ଦାଶ,ରଘୁନାଥ ପାତ୍ର,କମଳାକାନ୍ତ ଦାସ,ପ୍ରବୀର ଦାସ ପ୍ରମୁଖ ବହୁ ସାମ୍ବାଦିକ ଯୋଗ ଦେଇଥିଲେ । ପୂର୍ବତନ ସରପଞ୍ଚ ରମେଶ ନାୟକ, ସରପଞ୍ଚ ଙ୍କ ପ୍ରତିନିଧି ମହେଶ୍ୱର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।
