ବେଆଇନ ପଥର ଖଣି ଉପରେ ପୋଲିସର ଅତର୍କିତ ଚଢ଼ଉ: ୧ ଜେସିବି ଓ ୨ ପାୱାରଟିଲର ଜବତ, ଜଣେ ଅଟକ

ଚଢ଼ାଉ ବେଳେ ଅଳ୍ପକେ ବର୍ତିଲେ ମହିଳା ଅଧିକାରୀ
ନିରାକାରପୁର,୨୫/୦୪/୨୦୨୪ (ଓଡ଼ିଶା ସମାଚାର)- ମାଙ୍କଡ଼ା ପଥର ଚୋରା ଚାଲାଣ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାତିର ଅନ୍ଧାରରେ ପୋଲିସକୁ ଖାତିର ନକରି ଧାଡ଼ି ଧାଡ଼ି ପଥର ବୋଝେଇ ଗାଡି ବିନା କାଗଜ ପତ୍ର ରେ ପରିବହନ କରୁଛି। ଗତକାଲି ସନ୍ଧ୍ୟାରେ ନିରାକାରପୁର ପୋଲିସ ସଦଳବଳେ ବଡପୋଖରିଆ ର ଦୁଇଟି ବେଇଆନ ପଥର ଖଣି ଚାଲିଥିବା ଅବସ୍ଥାରେ ଚଢ଼ାଉ କରିଥିଲା। ଏହି ସମୟରେ ଗୋଟିଏ ଖଣିରୁ ଗୋଟିଏ ଜେସିବି ଓ ଏକ ପାୱାର ଟିଲର ଜବତ କରାଯାଇଛି। ସେହିପରି ଅନ୍ୟ ଏକ ଖଣି ଚଢ଼ାଉ ବେଳେ ପୋଲିସକୁ ଚକ୍କମା ଦେଖାଇ ଜଣେ ମହିଳା ପୋଲିସ ଅଧିକାରୀଙ୍କ ଗୋଡ଼ରେ ଚକା ଘସି ଖସି ଯିବାକୁ ସଫଳ ହୋଇଥିଲା। ଉକ୍ତ ଖଣିରୁ ଗୋଟିଏ ପାୱାର ଟିଲର ଓ ଜଣେ ପାୱାର ଟିଲର ଡ଼୍ରାଇଭର କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ପୋଲିସ ଠାରୁ ଜଣାପଡିଛି। ଏହି ଚଢ଼ାଉ ରେ ଏସ ଆଇ ଦିପାଲିସା ନାୟକ , ଏଏସଆଇ ତପନ କୁମାର ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ଚଢ଼ାଉ ବେଳେ ଏସ ଆଇ ଦିପାଲିସା ନାୟକଙ୍କ ଗୋଡ଼ରେ ଆଘାତ ଲାଗି ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *