ଭୁବନେଶ୍ୱର, ୦୮/୦୧/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଡ୍ରାଇଭରଙ୍କ ପାଇଁ କରାଯାଇଥିବା କଡ଼ା ଦଣ୍ଡ ବିଧାନ ବ୍ୟବସ୍ଥା ବିରୁଦ୍ଧରେ ଆଜିଠାରୁ ଅର୍ନିଦ୍ଧିଷ୍ଟ କାଳ ଧର୍ମଘଟ ଡାକରା ଦେଇଥିଲା ମହାସଂଘ । ତେବେ ଆଜି ମହାସଂଘର କର୍ମକର୍ତାମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରାଯାଇଛି । ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାରଙ୍କ ଆଇନକୁ ବିରୋଧ କରି ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ଓଡ଼ିଶା ପରିବହନ କର୍ମଚାରୀ ସଂଘ ଡାକରା ଦେଇଥିଲା । ଫଳରେ ତତ୍କ୍ଷଣାତ ଏହି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅନୁରୋଧ କ୍ରମେ ଓଡ଼ିଶା ପରିବହନ ଶ୍ରମିକ ମହାସଂଘର ୫ ଜଣିଆ ଟିମ୍ ରାଜ୍ୟ ସଚିବାଳୟରେ ଆଲୋଚନା ନିମନ୍ତେ ପହଂଚିଥିଲେ । ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ, ପରିବହନ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଦୀର୍ଘ ସମୟର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ଏନେଇ ମହାସଂଘ ସଭାପତି ଜନାର୍ଦ୍ଧନ ପତି କହିଛନ୍ତି ଯେ ଆଜି ମୁଖ୍ୟ ଶାସନ ସଚିବଙ୍କ ଆମନ୍ତ୍ରଣକ୍ରମେ ଏକ ବୈଠକ ହୋଇଥିଲା । ଏଥିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ ଯେ ସେ ହିଟ୍ ଆଣ୍ଡ ରନ୍ ଆଇନ୍ ସଂପର୍କରେ କେନ୍ଦ୍ର ଗୃହ ସଚିବଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ଗୃହ ସଚିବଙ୍କ କହିବା ଅନୁଯାୟୀ, ଏବେ ସରକାର ତାକୁ ଆଇନରେ ପରିଣତ କରିନାହାନ୍ତି । ଏଣୁ ସେନେଇ ଆନ୍ଦୋଳନ କରାଯିବା ଠିକ୍ ନୁହେଁ । ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଗୃହ ସଚିବଙ୍କ ବିବୃତି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଧର୍ମଘଟ ପ୍ରତ୍ୟାହାର ପାଇଁ ମହାସଂଘକୁ କୁହାଯାଇଥିଲା । ଏଥିରେ ସମ୍ମତି ପ୍ରକାଶ କରି ଧର୍ମଘଟ ପ୍ରତ୍ୟାହାର କରିଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ।
Related Posts
ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସବିସ୍ତୃତ ସମୀକ୍ଷା
# “ବିକଶିତ ଗାଁ ବିକଶିତ ଓଡ଼ିଶା” କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧିକୁ ବହୁଗୁଣିତ କରିବ: ମାନ୍ୟବର ମନ୍ତ୍ରୀ # “ଅନ୍ତ୍ୟୋଦୟ ଗୃହ ଯୋଜନା” ସରକାରଙ୍କ ଚେତନା ଓ ଦାୟିତ୍ଵର…
ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି
ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଏହି ଅବସରରେ ସମସ୍ତଙ୍କ ଜୀବନରୁ…
ସାହସୀ ଝିଅ ଶୁଭସ୍ମିତାକୁ ଭେଟି ସାବାସୀ ଜଣାଇଲେ ବିକାଶ ପରିଷଦର ସଦସ୍ୟ
ମାହାଙ୍ଗା,୨୦/୦୮/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )- ଜେଏନ କଲେଜ ଛାତ୍ରୀ ଶୁଭସ୍ମିତା ସାହୁ ଦୁର୍ବୁତ୍ତଙ୍କ ଛୁରାମାଡ଼ର ଶୀକାର ହେବାସତ୍ୱେ ନିଜ ଜୀବନ ଓ ସମ୍ମାନ…
