ଅନୁଜ କୁମାର ଦାସ ପଟ୍ଟନାୟକ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଧେଶକ

ଭୁବନେଶ୍ୱର,୨୪/୦୫/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଧେଶକ ଦେବପ୍ରସାଦ ଦାଶଙ୍କୁ ହଟାଇ ପିଏମ୍ ପୋଷଣ ଓ ଏମ୍ଏମ୍ ପୋଷଣର ନୋଡାଲ୍ ଅଫିସର ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଧେଶକ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପିଏମ୍ ପୋଷଣ ଓ ଏମଏମ୍ ପୋଷଣର ରାଜ୍ୟ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି । ନୂତନ ନିଯୁକ୍ତିରେ ଟାଙ୍ଗୀର ପୂର୍ବତନ ତହସିଲଦାର ମିତାଲି ପାତ୍ରଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଆଡମିନିଷ୍ଟ୍ରେଟିଭ୍ ଅଫିସର କରାଯାଇଛି । ସେହିପରି ଗୁଣୁୁପୁର ଆଇଟିଡିଏ ପିଏ (ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସାର୍ବଜନୀନ ବ୍ୟାପାର) ଥିବା ଓଏଏସ୍ ଅଜୟ କୁମାର ପ୍ରଧାନଙ୍କୁ ରାୟଗଡ଼ା ଆଇଟିଡିଏ ପିଏ କରାଯାଇଛି ।

Leave a Reply

Your email address will not be published. Required fields are marked *