ଭୁବନ ୧୪/୧୧/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ” ଅନୁଷ୍ଠାନର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ଶିଶୁ ଦିବସ ଭୁବନ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ପାଳିତ ହୋଇଯାଇଛି ।ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପରାମର୍ଶ କ୍ରମେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହୁରୁଙ୍କ ଜନ୍ମଦିନ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଛି । ଅନୁଷ୍ଠାନର ଉପ ସଭାପତି କୋଦଣ୍ଡଧର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଆମ ପ୍ରତିଭା ଆମ ସମ୍ମାନ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିବା । ଲୋକପ୍ରିୟ ସାଂସଦ ମହେଶ ସାହୁ ଙ୍କ ନିଆରା କାର୍ଯ୍ୟ କୁ ମୁଖ୍ୟ ଅତିଥି ଶ୍ରୀମତୀ ସିପ୍ରା ବରାଳ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଡିଓ ଡ କଲ୍ୟାଣ ସୌରଭ ଦାଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ପଂଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଭୁବନ ତହସିଲଦାର ସିରିୟଲ ଶୃଭ୍ର ପଟେଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜଲକ୍ଷ୍ମୀ ଟୁଡୁ, ଭୁବନ ନଗରପାଳ ଶୁଭେନ୍ଦୁ ସାହୁ, ଏନ୍ ଏ ସି ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜିବୀ ତଥା ସାମ୍ବାଦିକ ସନାତନ ଗୁରୁ ଯୋଗଦେଇ ୫୦ ଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରିଥିଲେ ।ଅନୁଷ୍ଠାନ ସମ୍ପାଦକ ଧର୍ମାନନ୍ଦ ବରାଳ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କାର୍ତିକ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଉପ ସଭାପତି କୋଦଣ୍ଡଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାଯ୍ୟକ୍ରମ ରେ ଶିକ୍ଷକ ଉତ୍କଳମଣି ବେହେରା,ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ,ଦେବାନନ୍ଦ ସାହୁ,ଜୟଗୁରୁ ପାତ୍ର, ଅନାମ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଅଂଚଳ ର ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ ।