ଭୁବନ ୧୯/୧୧/୨୦୨୫ (ଓଡ଼ିଶା ସମାଚାର)- ଗତ ସୋମବାର ଦିନ ଜନୈକ ନାବାଳକ କୁ ଉଦ୍ଧାର କରିବାକୁ ବ୍ରାହ୍ମଣୀ ନଦୀରେ ବୁଡ଼ି ନିଖୋଜ ଥିବା ନରହରି ପୋଥାଳ ଙ୍କ ମୃତ ଦେହ ବୁଧବାର ଦିନ ପୁରୁଷୋତ୍ତମପୁର ଘାଟରୁ ଉଦ୍ଧାର ହୋଇଛି । ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ପ୍ରଚେଷ୍ଟାରେ ତିନି ଦିନ ଧରି ଭୁବନ ଅଗ୍ନିଶମ ବାହିନୀ ବୋଟ ସାହାଯ୍ୟରେ ଖୋଜାଖୋଜି କରିଥିଲେ ।
ବୁଧବାର ଶବ ଉଦ୍ଧାର ହେବା ପରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଇ ଅନ୍ତିମ ସଂସ୍କାର କରାଯାଇଥିଲା ।ସନ୍ଧ୍ୟାରେ ଗଣେଶ ପୂଜା ମେଲଣ ମହୋତ୍ସବ ଶାନ୍ତି କମିଟିର ସଭାପତି ସୁବ୍ରତ କୁମାର ସାହୁଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶାନ୍ତି କମିଟିର ସକ୍ରିୟ ସଦସ୍ୟ ସୀଲୁ ନାୟକ , ଟିଟୁ ଦାସ , ପିଣ୍ଟୁ ଦାସ , ଲିଙ୍ଗରାଜ ସାହୁ , ନାରାୟଣ ନାୟକ , ମନୋରଞ୍ଜନ ବେହେରା , ରାକେଶ ପୃଷ୍ଟି ,ଜୀବନ ଜ୍ୟୋତି ପୃଷ୍ଟି , ଗୋପାଳ ନାୟକ , ପ୍ରଭଞ୍ଜନ ବେହେରା , ଜଗନ୍ ବେଜଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଶୋଭାଯାତ୍ରା ଡାକ ବଙ୍ଗଳାରୁ ବାହାରି କାଳୀ ବଜାରରେ ପହଞ୍ଚି ଶୋକସଭା କରାଯାଇଥିଲା । ଶୋଭାଯାତ୍ରାରେ ୨୦୨୨ ହାଇସ୍କୁଲ ବ୍ୟାଚ ତଥା ନରହରି ପୋଥାଳ ଙ୍କ ସମସ୍ତ ବନ୍ଧୁମାନେ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ ।
