କଟକ ସଦର ୨୨/୦୫/୨୦୨୫ (ଓଡିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵିରିଵାଟୀ ଠାରେ ଥିବା ଅଗ୍ରଣୀ ଲାଇଟ୍ ଉଚ୍ଚ ମାଧ୍ୟମିକ ବିଜ୍ଞାନ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚଳିତ ଦ୍ୱ।ଦଶ ଶ୍ରେଣୀ(+୨) ବିଜ୍ଞାନ ପରୀକ୍ଷାରେ ସଫଳତାର ଶୀର୍ଷ ସ୍ଥାନ ଅଧିକାର କରିଥିବା ଜଣାପଡିଛି।
ଏଥିରେ ଚନ୍ଦ୍ରିକା ବେହେରା, ପ୍ରାଚୀ ପୂର୍ଣ୍ଣ୍ୟତୋୟା ପ୍ରଧାନ,ସାଗରିକା ବେହେରା ୯୦% ରୁ ଅଧିକ ନମ୍ବର ରଖିଥିବାବେଳେ ୯୦ ଜଣ ପ୍ରଥମ ସ୍ଥାନ ସହ ଅନ୍ୟମାନେ ଭଲ ନମ୍ଵରରେ ଦୁତୀୟ ସ୍ଥାନରେ ରହିଛନ୍ତି।
ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା କମିଟି ସଭାପତି, ସଂପାଦକ, ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ପ୍ରଶାସନିକ ଅଧିକାରୀ ପ୍ରମୁଖ କୃତି ବିଦ୍ୟାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଅଭିଭାବକ/ଅଭିଭାଵିକା ମାନେ ବିଦ୍ୟାଳୟ କତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।