ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା କଲ୍ୟାଣପୁର-ବରଅଠା ସଡ଼କର ଉନ୍ନତି କରଣ ପାଇଁ ଶିଳାନ୍ୟାସ

ମାହାଙ୍ଗା ୨୨/୦୫/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- ମାହାଙ୍ଗା ଓ ବଡ଼ଚଣା ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବା ବରଅଠା କୁଆଁପାଳ ସଡ଼କର ନବୀକରଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶିଳାନ୍ୟାସ କରିଛନ୍ତି l୬ କୋଟି ପଚାଶ ଲକ୍ଷ ଟଙ୍କା ଅନୁଦାନରେ ୭ କିଲୋମିଟର ବ୍ୟାପୀ ଏହି ରାସ୍ତା ନିର୍ମାଣ ହେଲେ ବିରୂପା ଗେଙ୍ଗୁଟି ଦ୍ବି୍ପାଞ୍ଚଳର ହଜାର ହଜାର ସାଧାରଣ ଲୋକେ ଉପକୃତ ହୋଇପାରିବେ l

ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ l ଶିଳାନ୍ୟାସ ଉତ୍ସବରେ ଅତିଥିଭାବେ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ନିରଞ୍ଜନ ମୁଦୁଲି,କୁହୁଣ୍ଡା ପଞ୍ଚାୟତ ସମିତି ସଭ୍ୟା ସୁପ୍ରଭା ସାମଲ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଶତପଥି, ସମିତି ସଭ୍ୟ ସୁରେନ୍ଦ୍ର ମହାନ୍ତି, ମନୋରଞ୍ଜନ ବିଶ୍ୱାଳ, ପନ୍ନଗ ଭୂଷଣ ଦାସ, ସମିତି ସଭ୍ୟ ଧ୍ରୁବ ଚରଣ ସାମଲ ପ୍ରମୁଖ ଯୋଗ ଦେଇଥିଲେ I

ଏହି ଅବସରରେ ବିରୂପା ସେତୁ ଠାରୁ କଲ୍ୟାଣପୁର ଗାନ୍ଧୀ ଛକ ପର୍ଯ୍ୟନ୍ତ ଶତାଧିକ କର୍ମୀ ବାଇକ ଶୋଭାଯାତ୍ରାରେ ଆସି କଲ୍ୟାଣପୁର ଶିଳାନ୍ୟାସ ସ୍ଥଳୀରେ ପହଂଚି ଥିଲେ l

 ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀଧର ବେହେରା, ରବୀନ୍ଦ୍ର ପୃଷ୍ଟି, ରତିକାନ୍ତ ପୃଷ୍ଟି, ରାମଚନ୍ଦ୍ର ମହାପାତ୍ର,ଜଗନ୍ନାଥ ପଣ୍ଡା, ସୂର୍ଯ୍ୟମଣି ଧଳ, ପ୍ରଭାତ କୁମାର ଘଡ଼ାଇ, କ୍ଷୀରୋଦ ଦାସ, ପ୍ରସନ୍ନ ପରିଡା, ପ୍ରକାଶ ବେହେରା, କେଦାରଶ୍ୱର ପୁହାଣ, ଘନଶ୍ୟାମ ବେହେରା, ଅବଦୁଲ ହମିଦ, ସୁଶାନ୍ତ ଦାସ, ସନ୍ତୋଷ ଜେନା, ରାକେଶ ବେହେରା,ଜୟଦେବ ମହାନ୍ତି ରାଜେଶ ବେହେରା ଙ୍କ ସମେତ ଶତାଧିକ ଜନସାଧାରଣ ମାନେ ଉପସ୍ଥିତ ଥିଲେ I

ଏହି ସଡ଼କ ନିର୍ମାଣ ହେଲେ  କୁହୁଣ୍ଡା, କୁଣ୍ଡି, ମଧୁପୁର, ମୂଳବସନ୍ତ, ବାସୁଦେପୁର, କୋଳିଅଠା ଆଦି ବିଭିନ୍ନ ଗ୍ରାମ ପଂଚାୟତର ହଜାର ହଜାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ମତପୋଷଣ କରିଥିଲେ l

Leave a Reply

Your email address will not be published. Required fields are marked *