ବରୀ,୩୦ /୦୫/୨୦୨୫ (ଓଡ଼ିଶା ସମାଚାର)- ବରୀ ଅଞ୍ଚଳର ପ୍ରମୁଖ ସ୍ଥାନ କାଇପଡା ଗୋଲା ହାଟରୁ ସହିଦ କଳା ମାଟିଆ ସହୀଦ ପୀଠ ଯାଏଁ ଆଜି ସକାଳ ୮ ଘଣ୍ଟା ୩୦ ମିନିଟ ରୁ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ପୂର୍ବାହ୍ନ ୧୦ ଘଟିକା ଯାଏ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଗାନ୍ଧୀ ସ୍ମାରକୀ ତ୍ରିରଙ୍ଗା ଯାତ୍ରା ପ୍ରତି ବର୍ଷ ପରି ବରୀ ନିର୍ବାଚନ ମଣ୍ଡଳୀର ଜନପ୍ରିୟ ବିଜେପି ନେତ୍ରୀ ପ୍ରାକ୍ତନ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଓ ବିଶିଷ୍ଠ ସଂଗଠକ ଶ୍ରୀ ଦେବେନ୍ଦ୍ର ଦାସ ଙ୍କ ବଳିଷ୍ଠ ନେତୃତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି ।
ପ୍ରକାଶ ଥାଉ କି ୧୯୩୪ ମସିହାରେ ମହାତ୍ମା ଗାନ୍ଧୀଙ୍କ ହରିଜନ ପଦ ଯାତ୍ରାକୁ ମନେ ପକେଇ ଗୌରବାନ୍ୱିତ ହେବାକୁ ଏପରି ପଦଯାତ୍ରା ପ୍ରତି ବରୀ ବାସୀଙ୍କୁ ଆନନ୍ଦ ଦେଇଥାଏ ବୋଲି ଆୟୋଜକ ଙ୍କ ତରଫରୁ ଜଣା ଯାଇଛି । ଆଜିର ଏହି ଗାନ୍ଧୀ ସ୍ମାରକୀ ପଦ ଯାତ୍ରାକୁ ବରୀ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବରୀ ବିଜେପିର ବହୁ ପୁରୁଣା ଓ ନୂଆ ପ୍ରମୁଖ କର୍ମୀ ଓ ନେତୃତ୍ୱ ଯୋଗ ଦେଇଥିବା ଜଣା ଯାଇଛି ।
ବିଶେଷ କରି ପଦ ଯାତ୍ରାକୁ ଯାଜପୁର ସାଂସନ୍ଦ ଶ୍ରୀଯୁକ୍ତ ରବିନାରାୟଣ ବେହେରା ଶ୍ରୀମତୀ ସୁନନ୍ଦା ଦାସଙ୍କ ସହ ଅଗ୍ରଣୀ ରହି ଶହ ଶହ ମହିଳା ଓ ପୁରୁଷ ମାନଙ୍କ ସହ ନେତୃତ୍ୱ ନେଇ ନିର୍ଦ୍ଧାରିତ ସମୟରେ ପଦଯାତ୍ରା କରି ସୁଚାରୁରୂପେ ସମାପନ କରିଥିଲେ । ଉକ୍ତ ପଦ ଯାତ୍ରାରେ ଅବସରପ୍ରାପ୍ତ ସୈନିକ ଓ ଯୁବକ ଯୁବତୀ ଏକ ଷାଠିଏ ମିଟର ଲମ୍ବର ତ୍ରିରଙ୍ଗା ପତାକା ସମ୍ନାନ ସହ ଧରି ପଦ ଯାତ୍ରା କରିଥିବା ବେଳେ ଶହ ଶହ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ହାତରେ ତ୍ରିରଙ୍ଗା ପତାକା ଧରି ସ୍ଲୋଗାନ ମାନ ଦେଇଥିଲେ ।
ବରୀ ଅଞ୍ଚଳର କଳା ମାଟିଆ ସରପଞ୍ଚ ରଶ୍ମିତା ପରିଡା, ଅଙ୍ଗାଳ ସରପଞ୍ଚ ସଂକୁନ୍ତଳା ମଲିକ, ଡ଼. ନୃସିଂହ ବେହେରା, ପ୍ରାକ୍ତନ ଶିକ୍ଷକ ଭାଗିରଥି ଦାସ ମହାପାତ୍ର, ପ୍ରାକ୍ତନ ସେନା ଅଧିକାରୀ ମଦନ ମୋହନ ପତି, ରିଟାର୍ଡ କମାଣ୍ଡର ପିକେ ପଣ୍ଡା, ବରିଷ୍ଠ ବିଜେପି ନେତା ଅକ୍ଷୟ କୁମାର ବେଉରିଆ, ଶ୍ରୀକାନ୍ତ ସାମଲ, ପ୍ରଫୁଲ୍ଲ ଗିରି, ସୌଭାଗ୍ୟ ନନ୍ଦ, ସ୍ମରଜିତ ମହାନ୍ତି , ରବୀନ୍ଦ୍ରନାଥ ମିଶ୍ର ପ୍ରମୁଖ ପଦ ଯାତ୍ରାକୁ ସଞ୍ଚାଳନ କରିଥିଲେ ।
ପରେ ସହିଦ ପୀଠ ଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ରିଟାର୍ଡ ସୈନିକ ମାନଙ୍କୁ ମଧ୍ୟ ଆଉ ଏକ ସଭାରେ ସାଂସନ୍ଦ ରବୀନ୍ଦ୍ର ବେହେରା ଓ ପ୍ରାକ୍ତନ ବିଧାୟିକା ସୁନନ୍ଦା ଦାସ ସମାନିତ କରିଥିଲେ ।