କଟକ ସଦର ବିଜେପି ମଣ୍ଡଳ ସଭାପତି ଙ୍କ ସମ୍ଭାବ୍ୟ ତାଲିକା ରେ କିଶନନଗର ପାଇଁ ଚିତ୍ତରଞ୍ଜନ ରିପିଟ୍

କଟକ ସଦର,୨୩/୧୨/୨୦୨୪ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ସଂଗଠନ ପାଇଁ ୭ ଗୋଟି ମଣ୍ଡଳ ର ସମ୍ଭାବ୍ୟ ବିଜେପି ସଭାପତି ଙ୍କ ନାଁ ପ୍ରକାଶ ପାଇଛି। ଏଥିରେ କିଶନନଗର ମଣ୍ଡଳ ର ସଭାପତି ଭାବେ ଚିତ୍ତରଞ୍ଜନ ସାହୁ ପୁନର୍ବାର ରିପିଟ୍ ହୋଇଥିବା ବେଳେ ସୁଦାମଵତୀ ମଣ୍ଡଳ ପାଇଁ ରଘୁନାଥ ଚୈ।ଧୁରୀ, ନେମାଳ ମଣ୍ଡଳ ପାଇଁ ମୀନକେତନ ମହାନ୍ତି,୪୨ ମୈ।ଜା ମଣ୍ଡଳ ପାଇଁ ସୂଦର୍ଶନ ଦାଶ,ଉରାଳୀ ମଣ୍ଡଳ ପାଇଁ ନିର୍ମଳ ସାହୁ, କନ୍ଦରପୁର ମଣ୍ଡଳ ପାଇଁ ନିରଞ୍ଜନ ରାଉଳ,ପଞ୍ଚମୂଖୀ ମଣ୍ଡଳ ପାଇଁ ନିହାର ରଂଜନ ପଣ୍ଡା ସଭାପତି ଭାବେ ମନୋନୀତ ହୋଇଥିବା ଅସମର୍ଥିତ ଭାବେ ଜଣାପଡିଛି। ରାଜ୍ୟ ନେତୃତ୍ବର ମୋହର ପରେ ବିଧିବଦ୍ଧ ଭାବେ ନାଁ ଘୋଷଣା ହେବ ବୋଲି ଜଣାପଡିଛି। ସେଥିରେ ଉକ୍ତ ନାଁ କୁ ନେଇ ବିଜେପି ମହଲରେ ଅଶନ୍ତୋଷ ଦେଖାଦେଇଥିବା ବେଳେ ଏହାର ନିରାକରଣ ନିମିତ୍ତ ରାଜ୍ୟ ନେତୃମଣ୍ଡଳୀଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ସଜବାଜ ଚାଲିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *