ପ୍ରଫୁଲ୍ଲଙ୍କ ନିଶା ଗ୍ରାମରେ ବୃକ୍ଷରୋପଣ

ନିରାକାରପୁର, ୦୪/୦୧/୨୦୨ ୪ (ଓଡ଼ିଶା ସମାଚାର)- ପ୍ରଫୁଲଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ଗ୍ରାମରେ। ସେ ଜଣେ ସମବାୟ ସମିତି କର୍ମଚାରୀ। କିନ୍ତୁ ତାଙ୍କର ନିଶା ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ। ସେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପ୍ରେରଣାରେ ଏହି ବୃକ୍ଷରୋପଣ ଚାଲୁ ରଖିଛନ୍ତି। କମାଗୁରୁ ଗ୍ରାମର କିଛି ସ୍ଥାନରେ ପ୍ରଫୁଲ୍ଲ କୁମାର ପ୍ରଧାନ ସ୍ଥାନୀୟ କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଙ୍କ ସହଯୋଗରେ ଆଜି ବିଭିନ୍ନ ମୂଲ୍ୟବାନ ବୃକ୍ଷରୋପଣ କରିଛନ୍ତି। ଏହା ଆମ ସମାଜର ଯୁବ ସମାଜକୁ ପ୍ରେରଣା ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *