ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜନ୍ମ ଜୟନ୍ତୀ ପାଳନ  

ଢେଙ୍କାନାଳ,୦୬/୧୦/୨୦୨୫ (ଓଡ଼ିଶା ସମାଚାର)- ଆଜି କୁମାରପୂର୍ଣ୍ଣିମା ଦିନ ଜନ୍ମିତ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଜନ୍ମ ଜୟନ୍ତୀ ପାଳନ କଲା ଆମ୍ ଆଦମୀ ପାର୍ଟି । ମୁଖ୍ୟ ଅତିଥି ଭାବେ ସମାଜସେବୀ ଲଳିତ ବେହେରା ଓ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ଢେଙ୍କାନାଳ ଜିଲ୍ଲାର ଗୌରବ ସାରଙ୍ଗଧର ଦାସଙ୍କ ପ୍ରତିମୂର୍ତ୍ତିରେ ଧୂପ ଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପରେ ଶ୍ରୀ ଦାସଙ୍କ ସ୍ମୃତି ଚାରଣ ସଭାରେ ଅନ୍ୟତମ ଅତିଥି ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଯୋଗଦେଇ “ଓଡ଼ିଶାର ପ୍ରଥମ ବ୍ୟକ୍ତି ଯେ କି ବିଦେଶ ଗସ୍ତ କରି ଶିକ୍ଷା ଲାଭ କରିଥିଲେ” ବିଷୟରେ ଆଲୋଚନା କରିଥିଲେ । ବିଦେଶ ମାଟିର ବିକାଶ ଭାରତରେ ହେଉ ବୋଲି ଚିନ୍ତା କରିଥିଲେ ଏବଂ ଚିନି ଉତ୍ପାଦନ ବିଷୟରେ ଶିକ୍ଷା ଲାଭ କରି ଚିନି ଉଦ୍ୟୋଗର ସ୍ଥାପନା କରିଥିଲେ ।

ଏବେ ମଧ୍ୟ ମହାରାଷ୍ଟ୍ରର ବମ୍ବେ ଠାରେ ସରାଙ୍ଗଧର ସୁଗାର ହାଉସ କାର୍ଯ୍ୟାଳୟ ରହିଛି । ସେହିପରି ଉପଦେଷ୍ଟା ଅବସର ପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ପାଣି, ଇଂ ପିତାମ୍ବର ଦାସ, ନଗର ସଭାପତି ଦେବାଶିଷ ନନ୍ଦ, ସଦର ବ୍ଲକ ବରିଷ୍ଠ ସଦସ୍ୟ ଅନିଲ ସାମଲ, ପିତାମ୍ବର ସାମନ୍ତରାୟ ପ୍ରମୁଖ ଶ୍ରୀ ଦାସଙ୍କ ସ୍ମୃତି ଚାରଣ କରି ସେ କିପରି ବିଦେଶୀ ଝିଅ ସହିତ ବିବାହ କରି ପାଣି କାଦୁଅ ରାସ୍ତା ଦେଇ ଗୋଟିଏ ଛୋଟ ଗାଁ କାଇମାଟି ପଞ୍ଚାୟତ ପାଖ ହରେକୃଷ୍ଣ ପୁରରେ ରହୁଥିଲେ, ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ଜନ୍ମ ଜୟନ୍ତୀ ପାଳନ ସୋମବାର ସକାଳ ୯ଟା ବେଳେ ଦଳୀୟ କର୍ମୀ ପ୍ରସନ୍ନ ବରାଳ, ଜୟଦେବ ବେହେରା, ସୋମନାଥ ଦାସ, ଜୟନ୍ତ ଦାସ ପ୍ରମୁଖ ଯୋଗଦେଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ବିଭିନ୍ନ ନାରା ଦେଇଥିଲେ । ଶେଷରେ ବରିଷ୍ଠ ସଦସ୍ୟ ଚିନ୍ମୟ ସେନାପତି ନିଜ ବକ୍ତବ୍ୟ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *