କିଶନନଗର ଥାନା ଗଡମା ଵଜାରରେ ଘନଘନ ଚୋରି, ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ 

କଟକ ସଦର ,୨୧/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନା ଅଞ୍ଚଳରେ ପୂର୍ବରୁ ଅନେକ ଚୋରି ଡକାୟତି ଘଟିଯାଇଥିବା ବେଳେ ଗୋଟିଏ ହେଲେ ଠାବ ହୋଇପାରିନଥିଵା ଜଣାପଡିଛି। ସେଥିରେ ଏବେ ଗଡମା ବଜାରକୁ ଚୋରମାନେ ଚରାଭୁଇଁ ଭାବେ ବାଛି ନେଇ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରିଥିବା ଅଭିଯୋଗ ହେଉଛି।

ଆଠ ଦିନ ତଳେ ଗଡମା ଵଜାରର ଏକ ତେଜରାତି ଦୋକାନର ପଛପଟକୁ ତାଡି ଚୋରମାନେ ଟଙ୍କା ପଇସା ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଥିବା କୁ ସକ୍ଷମ ହୋଇଥିବା ବେଳେ ଗତକାଲି ମଙ୍ଗଳବାର ରାତିରେ ଏକ ବିଦେଶୀ ମଦ ଦୋକାନରୁ ୭ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ମଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଏଥିପାଇଁ ଲୋକେ ସୁରକ୍ଷିତ ନମଣି ପୋଲିସ ଉପରୁ ଆସ୍ଥା ତୁଟାଉ ଥିବା ଜଣାଯାଇଛି। ପୋଲିସ ସବୁଥର ପରି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *