କଟକ ସଦର ,୨୧/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ବୁଧବାର ଦିନ କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ର ସରପଂଚ ତ୍ରିଲୋଚନ ପାତ୍ର (ଅଶୋକ) ଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ କାର୍ଯ୍ୟକ୍ରମ ପଞ୍ଚାୟତ ଅଫିସରେ ଅନୁଷ୍ଠିତ ହୋଇଥିଲା।
ହେଲେ ଅନାସ୍ଥା ପାଇଁ ୧୨ ଜଣ ୱ।ର୍ଡ ସଭ୍ୟ/ସଭ୍ୟା ଙ୍କ ଆବଶ୍ୟକ ଥିବା ବେଳେ ନିର୍ଧାରିତ ସମୟସୀମା ମଧ୍ୟରେ ମାତ୍ର ୧୦ ଜଣ ଉପସ୍ଥିତ ଥିଲେ। ଉକ୍ତ ପଞ୍ଚାୟତରେ ମୋଟ୍ ୧୮ ଟି ୱ।ର୍ଡ ଥିବା ବେଳେ ଗୋଟିଏ ରେ ନିର୍ବାଚନ ହୋଇନଥିବା ରୁ ୧୭ ଜଣ ସଭ୍ୟ/ସଭ୍ୟା ରହିଥିବା ଜଣାଯାଇଛି। ସମୟସୀମା ଅତିକ୍ରମ ପରେ ଅନାସ୍ଥା ଭୋଟ ପରିଚାଳନା କରୁଥିବା କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ ଅନାସ୍ଥା ପ୍ରସ୍ତାବ କୁ ଵାତିଲ୍ କରିଥିଲେ।
ଏହାପରେ ବିଜେଡ଼ି ସମର୍ଥିତ ସରପଂଚ ତ୍ରିଲୋଚନ ପାତ୍ର (ଅଶୋକ) ଙ୍କ ପଦ ବଳବତ୍ତର ରହିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଗତକାଲି ମଙ୍ଗଳବାର ଦିନ ‘ଓଡିଶା ସମାଚାର’ରେ ପ୍ରକାଶିତ ବିସ୍ତୃତ ଖଵର ଶତପ୍ରତିଶତ ଠିକ୍ ହୋଇଛି। ଆଜିର ଅନାସ୍ଥା ଭୋଟ ବାତିଲ ପରେ ସରପଂଚ ଅଶୋକ ପାତ୍ର ଏହାର ଶ୍ରେୟ ପଞ୍ଚାୟତଵାସୀ, ସମସ୍ତ ୱ।ର୍ଡ ସଭ୍ୟ/ସଭ୍ୟା ଙ୍କୁ ଦେଇଥିବା ବେଳେ ଏହା ଧର୍ମର ଜୟ ବୋଲି କହିଛନ୍ତି।