ଉଦ୍ୟାନକୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା

ନିଆଳୀ, ୨୧/୧୨/୨୦୨୩ (ଓଡ଼ିଶା ସମାଚାର)-ନିଆଳୀ ପ୍ରାଚୀମଣ୍ଡପରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆତ୍ମାର ଅଧ୍ୟକ୍ଷ ବିଷ୍ଣୁଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରିଣୀ ପୁଣ୍ୟତୋୟା ପ୍ରିୟମ୍ବଦା କର୍ମଶାଳା ସଂପର୍କରେ ଜଣାଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ନିଆଳୀ ବିଧାୟକ ଡାକ୍ତର ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇ  ଚାଷୀମାନେ ଉଦ୍ୟାନ କୃଷିଦ୍ୱାରା ନିଜର ଦକ୍ଷତା ବିକାଶ କରି ନିଜେ ଉନ୍ନତି କରିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ କଟକ ଉଦ୍ୟାନ କୃଷି ଉପ ନିର୍ଦେଶକ ଡଃ ଜୟନ୍ତ କୁମାର ନାୟକ ,ସମ୍ମାନୀତ ଅତିଥି ଭାବେ  ବୈଜ୍ଞାନିକ ପ୍ରଭୁ ଚରଣ ଲେଙ୍କା,ସାଂସଦଙ୍କ ପ୍ରତିନିଧି ଆଦିତ୍ୟ ପାଣି,ଜିଲାପରିଷଦ ସଭ୍ୟ ଦେବାଶିଷ ଷଡଙ୍ଗୀ ଯୋଗଦେଇଥିଲେ । ଉକ୍ତ କର୍ମଶାଳାରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ, ବହୁ ଚାଷୀ ଯୋଗଦେଇଥିଲାବେଳେ  ଶତାଧିକ ଚାଷୀଙ୍କୁ ଧନିଆ,ଲଙ୍କା,ମେଥି ମଞି ପ୍ରଦାନ କରାଯାଇଥିଲା । ନିଆଳୀ ବ୍ଲକ ଚେୟାରମ୍ୟାନ ଉମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *