ବାଲିଅନ୍ତା, ୩୦/୧୧/୨୦୨୪ (ଓଡ଼ିଶା ସମାଚାର)- ବାଲିଅନ୍ତା ବ୍ଲକ ଅଧୀନ ଭିଙ୍ଗାରପୁର ସ୍ଥିତ ଶ୍ରୀ ବକ୍ରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗତ ୨୮ ତାରିଖ ଠାରୁ ଚାଲିଥିବା ଉପଖଣ୍ଡସ୍ତରୀୟ କୃଷି ମେଳା ଏବଂ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଅଧିବେଶନରେ କୃଷି ବିଶେଷଜ୍ଞମାନେ ଚାଷୀମାନଙ୍କର କୃଷି କ୍ଷେତ୍ରରେ ବିବିଧ ସମସ୍ୟା ସମାଧାନ ନେଇ ପରାମର୍ଶ ଦେବା ସହ ବିଭିନ୍ନ ଫସଲରେ ରୋଗପୋକ ନିରାକରଣ, ମୃତ୍ତିକା ପରୀକ୍ଷା,କୃଷକର ଉନ୍ନତି, ଆଧୁନିକ ପ୍ରଣାଳୀ ଚାଷ ଏବଂ ସରକାରୀ ପ୍ରୋତ୍ସାହନ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଉଦଯାପନୀ ସନ୍ଧ୍ୟାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି,ଜୟଦେବ ନିର୍ବାଚନମଣ୍ଡଳୀ ମୁଖ୍ୟ ସଂଗଠକ ଚୌଧୁରୀ ଦ୍ୱାରିକା ନାଥ ଦାଶ, କୃଷି ବିଭାଗ ଜିଲ୍ଲା ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ଦାଶ, ଭୁବନେଶ୍ୱର ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ରାଉଳ,ବିଜେପି ନେତା ତାପସ ଜେନା, ସାଂସଦଙ୍କ ବ୍ଲକ ପ୍ରତିନିଧି ଶିବ ମଲ୍ଲିକ, ଅଶୋକ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ଏଥିସହିତ ସାଂସଦଙ୍କ ସମେତ ସମସ୍ତ ଅତିଥିବୃନ୍ଦ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ବୁଲି ଦେଖିଥିଲେ । ମେଳାରେ ଜଣେ ସଫଳ ଚାଷୀଙ୍କୁ ସାଂସଦ ପାଣିଉଠା ମଟର ସହାୟତା ପ୍ରଦାନ କରିଵା ସହ ସ୍କୁଲ ପରିସରରେ ଥିବା ଚାରାରେ ପାଣି ଛିଞ୍ଚନ କରିଥିଲେ । ଏନେଇ ବିଭିନ୍ନ ସଫଳ ଚାଷୀଙ୍କୁ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ସହକାରୀ କୃଷି ଅଧିକାରୀ ସ୍ଥିତି ପ୍ରଜ୍ଞା ଖମାରି, ବିକାଶ ସ୍ୱାଇଁ ଏବଂ ଗୌତ୍ତମ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦର୍ଶକ ମାନେ ଉପଭୋଗ କରିଥିଲେ ।
ଉପଖଣ୍ଡ ସ୍ତରୀୟ କୃଷି ମେଳା ଓ କୃଷି ଯନ୍ତପାତି ପ୍ରଦର୍ଶନୀ ଉଦଯାପିତ
