କଟକ ସଦର, ୨୫/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲଦାରଙ୍କ ଲାଭଖୋର ମନୋବୃତ୍ତି ପାଇଁ ଦିନକୁ ଦିନ ଚାଷଜମି ସବୁ ହ୍ରାସ ପାଉଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ ରାସ୍ତା କଡର ଚାଷଜମି ସବୁକୁ ଜମି ମାଫିଆ ମାନେ ଚଢା ଦାମରେ କିଣିନେଇ ଅଧିକରୁ ଅଧିକ ଚଢା ଦରରେ ବିକ୍ରୀ କରି ଦେଉଛନ୍ତି। ସେହି ଜମି ଉପରେ ଏବେ ବେଆଇନ ଭାବେ କୋଠା ନିର୍ମାଣ ହେଉଛି। ସେଥିରେ ଉକ୍ତ ଚାଷଜମି କୁ ତହସିଲଦାର ନୀତି ନିୟମକୁ ଫୁ କରି ଘରବାଡ଼ି କିମସରେ ପରିବର୍ତ୍ତନ କରୁଥିବା ଅଭିଯୋଗ ହେଉଛି। ଏଥିପାଇଁ ରାସ୍ତା କଡ ଜମିରେ କୋଠାଘର ନିର୍ମାଣ ଯୋଗୁ ପଛରେ ରହିଥିବା ଚାଷଜମି କ୍ଷତିଗ୍ରସ୍ତ ହେବାକୁ ବସିଲାଣି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଚାଷଜମି ସବୁ ଲୋପ ପାଇଯିବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
କିଶନନଗର ତହସିଲ ଅଞ୍ଚଳରେ ଚାଷଜମି ହ୍ରାସ ପାଉଛି — ଚାରିଆଡ଼େ କୋଠାବାଡ଼ି
