ଧଉଳି ସ୍ଥିତ କୁମାରଡିହ ଗ୍ରାମ ରେ ମାଗଣା ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର,୨୦/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଧଉଳି ସ୍ଥିତ, କୁମାରଡ଼ିହ ଗ୍ରାମ ର ଶ୍ରୀ ଛବି ନାରାୟଣ ମହାରଣା ଙ୍କ ବ୍ୟୟ ବିହୀନ ମାନବ ସେବା ରେ ହଜାର ରୁ ଉର୍ଦ୍ଧ ପୁରୁଷ ଓ ମହିଳା ମାନେ ବିଭିନ୍ନ ରୋଗ ରୁ ଆରୋଗ୍ୟ ଲାଭ କରିଛନ୍ତି । ବାର୍ଦ୍ଧକ୍ୟ ଅବସ୍ଥା ରେ ଲୋକ ମାନେ ଅନେକ ରୋଗ ରେ ପୀଡିତ ହୋଇ କଷ୍ଟ ଅନୁଭବ କରୁଥିବା ଅବସରରେ, ସମ୍ପୂର୍ଣ ମାଗଣା ରେ ଚିକିତ୍ସା ଲାଭ କରିବା ପାଇଁ ଏଠା କୁ ଆସନ୍ତି ଓ ଆରଗ୍ୟ ଲାଭ କରନ୍ତି ।

ଏହି ଚିକିତ୍ସା କେବଳ ବିଭିନ୍ନ ଔଷଧ ଗୁଣ ଥିବା ପତ୍ର, ଲତା ଓ ଗଛ ଛେଲୀ ରେ ପ୍ରସ୍ତୁତ ହୋଇ ରୋଗୀ ମାନଙ୍କୁ ସେବନ କରିବା ଲାଗି ପରାମର୍ଶ ଦିଆ ଯାଏ । ଏଠି ଆଣ୍ଠୁ ଗଣ୍ଠି ରୋଗ, ସ୍ୱାଶ ରୋଗ,ଚର୍ମ ରୋଗ, ମାନସିକ ରୋଗ, କର୍କଟ ରୋଗ , ପାରାଲିସିସ , ମଧୁମେହ ରୋଗ ଓ ବିଭିନ୍ନ ରୋଗ ପାଇଁ ମାଗଣା ରେ ଚିକିତ୍ସା କରାଯାଉଛି ।


ଏହି ମାଗଣା ଚିକିତ୍ସା କେନ୍ଦ୍ର ଏକ ବହୁତ ଉତ୍ତମ ଉଦ୍ୟମ । ଧଉଳିର କୁମାରଡିହ ଗ୍ରାମରେ ଏପରି ଏକ ମାଗଣା ମାନବ ସେବା ମାନସିକ ଏବଂ ଶାରୀରିକ ରୋଗୀଙ୍କ ପାଇଁ ବହୁତ ଲାଭକାରୀ ଅଟେ। ପ୍ରାକୃତିକ ଉପଚାର ମାଧ୍ୟମରେ ଶୁଷ୍ମ ଓ ଜଟିଳ ରୋଗ ରେ ଆରୋଗ୍ୟ ଲାଭ କରିବା ଏକ ସ୍ଵାଗତଯୋଗ୍ୟ ପ୍ରୟାସ।

ଏପରି ଏକ ଉଦ୍ୟମକୁ ଅଗ୍ରସର କରିବା ଏବଂ ଏହାର ସମ୍ଭାବନାକୁ ଅଧିକ ଲୋକଙ୍କୁ ପହଂଚେଇବା ନିମନ୍ତେ ଅର୍ଥପ୍ରଦାନ ବହୁତ ମୂଲ୍ୟବାନ ହେବ। ଏକତା ଟ୍ରଷ୍ଟ ଏହି ଉନ୍ନତ ସହଯୋଗ ଦ୍ୱାରା ଏହାକୁ ଆଗାମୀ ଦିନରେ ଅଧିକ ବୃହତ ଓ ପ୍ରଭାବଶାଳୀ କରିପାରିବ । ଏହି ଚିକିତ୍ସା କେନ୍ଦ୍ର କୁ ଆଗାମୀ ଦିନ ରେ ଅଧିକ ସହଯୋଗ ପ୍ରଦାନ କରି ଏକତା ଟ୍ରଷ୍ଟ ବୟବିହନ ମାନବ ସେବା ଜାରି ରଖିବା ନିମେନ୍ତେ ଅର୍ଥ ପ୍ରଦାନ କରିବ ବୋଲି ଟ୍ରଷ୍ଟ ର ଅଧ୍ୟକ୍ଷା ଇଂ ଦୀପ୍ତିରେଖା ପଟ୍ଟନାୟକ ଓ ଟ୍ରଷ୍ଟି ଶ୍ରୀ ରବି ମହାରଣା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *