ଜବରଦଖଲକାରୀ ଙ୍କ କବଜାରେ ଶିଶୁଆ -ମଢ଼ଙ୍ଗା ରାସ୍ତା

ରାସ୍ତା ନିର୍ମାଣ ରେ ବାଧାସୃଷ୍ଟି ଅଭିଯୋଗ

ସାଲେପୁର, ୨୦/୦୫/୨୦୨୫(ଓଡିଶା ସମାଚାର /ଅଭୟ ଜେନା )- ଶିଶୁଆ ଠାରୁ ମଢ଼ଙ୍ଗା ଭାୟା ଛାଣିପୁର ଦେଇପାଞ୍ଚ ନମ୍ବର କେନାଲ ବନ୍ଧରେ ପ୍ରାୟ ୧୩କିମି ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ହେଉଛି  ।  ଅନ୍ୟୁନ ୧୦ କୋଟି ଟଙ୍କା ବ୍ୟୟ ଅଟକଳ ରେ ଏହି ରାସ୍ତା ନିର୍ମାଣ କରାଯିବାକୁ ଚୁକ୍ତିବଦ୍ଧ ହୋଇଥିଲେହେଁ କାର୍ୟ୍ୟାଦେଶ ନେଇଥବା ଠିକାଦାର ୫୦ ଭାଗ କାର୍ଯ୍ୟ ଅଦ୍ୟାବଧି ସମ୍ପୂର୍ଣ କରିନଥିବା ଅଭିଯୋଗ ହୋଇଛି ।

କାର୍ୟ୍ୟ ଟି ୧୯ସେପ୍ଟେମ୍ବର ୨୦୨୨ ରୁ ଆରମ୍ଭ ହୋଇ୧୮ ଅଗଷ୍ଟ ୨୦୨୩ରେ ଶେଷ ହେବାକଥା ।ଇତି ମଧ୍ୟରେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଠିକାଦାର କାର୍ଯ୍ୟ  ଶେଷ କରିବାର ନାଁ ଧରୁନାହିଁ ।  ରାସ୍ତାର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତା ଜବର ଦଖଲ କରିଛନ୍ତି ।  ଯାହାଦ୍ୱାରା ରାସ୍ତା ନିର୍ମାଣ ରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ବିଶେଷକରି ଶିଶୁଆ ପଞ୍ଚାୟତ ର ସପନପୁର,ପୁରୁଷୋତ୍ତମ ପୁର,ନଈଗୁଆଁ ପଞ୍ଚାୟତ ନଈଗୁଆଁ, ବଲ୍ଲଭ ପୁର ଠାରେ କେତେକ ବ୍ୟକ୍ତି ପ୍ରଭାବ ଦେଖାଇ ବିଭିନ୍ନ ନିର୍ମାଣ କାର୍ୟ୍ୟ କରି ଥିବାରୁ  ରାସ୍ତାଟି ୫.୫ମିଟର ପରିବର୍ତ୍ତେ ୩ମିଟର ରହିଛି  ।

ଏଥିଯୋଗୁ ସମ୍ପୃକ୍ତ ଠିକାଦାର କାର୍ଯ୍ୟ ଶେଷ କରିପାରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଜନସାଧାରଣ ଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ରାସ୍ତା ରୁ ଜବରଦଖଲ ଉଛେଦ ନିମନ୍ତେ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ ଦୃଢ଼ ପଦକ୍ଷେପ ନେଲେ ରାସ୍ତା ନିର୍ମାଣ ସମ୍ଭବହୋଇ ପାରିବ  ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କଟକ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *