ଲକ୍ଷ୍ମୀପୁର,୨୦/୦୫/୨୦୨୫ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ପସରିସର ମଧ୍ୟରେ ରାଜ୍ୟ ସରକାର ଙ୍କ ତରଫରୁ ମାଇନିଙ୍ଗ ଅଞ୍ଚଳ ରେ ନିଯୁକ୍ତି ସକାଶେ ଦୁଇ ମାସିଆ ତାଲିମ ଶିବିର ର ଶୁଭାରମ୍ଭ କରାଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା,ବିଧାୟକ ପବିତ୍ର ସାଉଁତା ଓ ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି ଉପସ୍ଥିତ ରହି ପୂଜାର୍ଚନା କରି ତାଲିମ ଶିବିର ର ଶୁଭ ଉଦଘାଟନ କରିଥିଲେ।
ଲକ୍ଷ୍ମୀପୁର ବ୍ଲକ ମାଇନିଙ୍ଗ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା କାରଣରୁ ଏହି ଅଞ୍ଚଳ ସହ ଦଶମନ୍ଥପୁର, ନାରାୟଣ ପାଟଣା ଓ ବନ୍ଧୁଗାଁ ଅଞ୍ଚଳ ର
୧୮ ବର୍ଷ ରୁ ଉର୍ଧ୍ଵ ଓ ଅତି କମ ରେ ମାଟ୍ରିକ ପାସ କରିଥିବା ବ୍ୟକ୍ତି ବିଶେଷ ଏଠାରେ ମାଗଣାରେ ତାଲିମ୍ ନେଇପାରିବେ ବୋଲି ମଞ୍ଚାସିନ ଅତିଥି ମାନେ କହିଥିଲେ। ରାଜ୍ୟ ସରକାର ଙ୍କ ତରଫରୁ ତାଲିମ୍ ସମୟରେ ସମସ୍ତ ତାଲିମ ନେଉଥିବା ଛାତ୍ର ମାନଙ୍କ ର ଖର୍ଚ୍ଚ ଓ ରହିବା ବ୍ୟବସ୍ଥା ମାଗଣା ରେ କରାଯାଇଛି।
ତାଲିମ ପରେ ପରୀକ୍ଷା ଦେଇ ଉତୀର୍ଣ୍ଣ ହୋଇଥିବା ବ୍ୟକ୍ତି ମାନଙ୍କୁ ସ୍କିଲ ଇଣ୍ଡିଆ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯିବା ସହ ୭୦ ପ୍ରତିଶତ ତାଲିମ ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଶୁଭେନ୍ଦୁ ମିଶ୍ର କହିଥିଲେ।ଏହା ୬୦ ଦିନିଆ ତାଲିମ ହୋଇଥିଲେ ମଧ୍ୟ ଏକ ବର୍ଷ ର ତାଲିମ ସହ ସମାନ ବୋଲି ମଧ୍ୟ କୁହାଯାଇଛି। କାର୍ଯ୍ୟକ୍ରମ କୁ ପ୍ରୋଜେକ୍ଟ ମୁଖ୍ୟ ମନନିର୍ମଳ ଗରଡା ପରିଚାଳନା କରିଥିଲେ।
