କେନ୍ଦ୍ରାପଡ଼ା,୧୯/୦୫/୨୦୨୫(ଓଡ଼ିଶା ସମାଚାର)- ବା‚ାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଛାପୁର ବସନ୍ତବଗିଚା ନାଗପାଟଣାସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋତୀର୍ଥକୁ ୩ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ସଦସ୍ୟ ମମତା ଦାସ ଓ ଭୁବନମୋହନ ଦାସ ଗୋତୀର୍ଥର ତତ୍ୱାବଧାରକ ବିରଜା ପ୍ରସାଦ ପତିଙ୍କୁ ଏହି ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି ଗୋତୀର୍ଥରେ ରହୁଥିବା ଗୋମାତାମାନଙ୍କ ଖାଦ୍ୟ,ପେୟ ଓ ଚିକିତ୍ସା ନିମନ୍ତେ ଏହି ସହାୟତା ପ୍ରଦାନ କରାଯାଇଛି ।
