ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜନ୍ମବାର୍ଷିକ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୦/୬/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର କାକଟସ୍ଥିତ ସୂର୍ଯ୍ୟଭବନରେ କେନ୍ଦ୍ରାପଡାର ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୧୭ତାରିଖରେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଏହି ଜନ୍ମବାର୍ଷିକ ପାଳନ କରାଯିବାକୁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ଆଇନଜୀବୀ ଧରଣୀଧର ସୁଆର, ମହେନ୍ଦ୍ର ପରିଡା, ମୁକ୍ତାର ଖାଁ, ସୁଶିଲ ସାମଲ, ତରୁଣ କୁମାର ପ୍ରଧାନ, ଦୟାନିଧି ଜେନା, ସଞ୍ଜୟ ସ୍ୱାଇଁ, ଶାନ୍ତିସ୍ୱରୂପ ଭୂୟାଁ, ଶରତ କୁମାର ବେହୁରା, ସର୍ବେଶ୍ୱର ସେଠୀ, ଭ୍ରମରବର ରାଉତ ଓ ବିଧୁଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *