କଟକ ସଦର, ୧୯/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଆଜି ସୋମବାର ସନ୍ଧ୍ୟାରେ ଵଜ୍ରେଶ୍ୱର ଦେବ ଫର୍ଟିଲାଇଜର ଆଣ୍ଡ ଫର୍ଟିଲାଇଜର ଆନୁକୁଲ୍ୟରେ ଏକ ଅତ୍ୟାଧୁନିକ କୃଷି ୟୁନିଭର୍ସ ଉଦଘାଟିତ ହୋଇଯାଇଛି।
ଏହାକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ ଏହି ଉପଲକ୍ଷେ ବିଜେପି ନେତା ଯୋଗୀ ଯୋଗେନ୍ଦ୍ର ନାଥ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ବିଧାୟକ ଙ୍କ ସହିତ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ସଂସ୍ଥାର ମୁଖ୍ୟ ସଙ୍କେତ ପ୍ରିୟଦର୍ଶନ, ୱ।ଲେରି ରାମଵାଵୁ, ରବିନାରାୟଣ ଶତପଥୀ, ଶଚିଦାନନ୍ଦ ମହାନ୍ତି, ସସ୍ମିତା ମହାନ୍ତି,ସ୍ୱ।ଗତିକା ଶତପଥୀ, ସଙ୍ଗିତା ପ୍ରଧାନ ପ୍ରମୁଖ ସହାୟତା କରିଥିଲେ।