ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଲକ୍ଷ୍ମୀପୁର,୧୮/୦୫/୨୦୨୫ (ଓଡ଼ିଶା ସମାଚାର)-  ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ର ଏକାଦଶ ବାର୍ଷିକ ଉତ୍ସବ -୨୦୨୫ପାଇଁ ପ୍ରଥମ ବୈଠକ ଲକ୍ଷ୍ମୀପୁର ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ର ସଭାପତି ଶ୍ରୀ ମହାଦେବ ଶତପଥି ଙ୍କ ସଭାପତିତ୍ୱ ରେ ଆଗାମୀ ବାର୍ଷିକ ଉତ୍ସବ ର କାର୍ଯ୍ୟକ୍ରମ ମାନ ସମ୍ପର୍କେ ବିଷଦ ଆଲୋଚନା ହୋଇଥିଲା  ।

ଶ୍ରୀ ମନୋଜ କୁମାର ପରିଡା, ଶିକ୍ଷକ, ସମାଜ ସେବୀ ତଥା ନାରୀ ପ୍ରତିଭା ଶ୍ରୀମତୀ ସଂଗୀତା ମିଶ୍ର, ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରିୟମ୍ବଦା ସାହୁ, ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ର ପ୍ରଧାନ ଗୁରୁଜୀ ଶ୍ରୀ ସରୋଜ ପାଣିଗ୍ରାହୀ ଓ ଗୁରୁଜୀ ଶ୍ରୀ ଗୋପୀନାଥ ମହାପାତ୍ର ଏବଂ ଲକ୍ଷ୍ମୀପୁର ବଣିକ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ରଶ୍ମି ରଞ୍ଜନ ନାଥ ଭାଗ ନେଇ ଆଗାମୀ ବାର୍ଷିକ ଉତ୍ସବ କିପରି ସୁଚାରୁ ରୂପେ ପରିଚାଳିତ ହେବ ଓ ଗତ ବର୍ଷ ର ଉତ୍ସବ ର ତ୍ରୁଟି କୁ ସଂଶୋଧନ କରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ସେଥିପ୍ରତି ନିଜର ସୁଚିନ୍ତିତ ମତ ରଖିଥିଲେ । ସାହିତ୍ୟ ପରିଷଦ ର ମୁଖପତ୍ର ” ଡୁଙ୍ଗୁ ଡୁଙ୍ଗା “ର ପ୍ରକାଶନ ଓ ଆର୍ଥିକ ସ୍ୱଚ୍ଛଳତା ଦିଗରେ ଆଲୋକ ପାତ କରିଥିଲେ ।

ଗତ ବାର୍ଷିକ ଉତ୍ସବ ର ଆଦାୟ ଓ ଖର୍ଚ୍ଚ ର ମଧ୍ୟ ଆଲୋଚନା ହୋଇଥିଲା । ଓଡିଶା ସରକାର ଙ୍କର ତରଫରୁ ସମସ୍ତ କାର୍ଯ୍ୟାଳୟ ଓ ବ୍ୟବସାୟିକ ଅନୁଷ୍ଠାନ ମାନଙ୍କର ଫଳକ ଓଡ଼ିଆ ରେ ଲେଖିବା ପାଇଁ ଜନ ସଚେତନ ସୃଷ୍ଟି କରାଯିବା ପାଇଁ ସଭାପତି ଶ୍ରୀ ଶତପଥି ଗୁରୁତ୍ୱ ଆରୋପ କରିଥିଲେ । ପରବର୍ତୀ ବୈଠକ ବାର୍ଷିକ ଉତ୍ସବ ର ଅଗ୍ରଗତି ସମ୍ପର୍କେ ଆଲୋଚନା କରିବା ପାଇଁ ସ୍ଥିର କରାଗଲା । ସଭା ଶେଷରେ ଶ୍ରୀ ମନୋଜ କୁମାର ପରିଡା ଧନ୍ୟବାଦ ପ୍ରସ୍ତାବ ଦେଇଥିବା ବେଳେ ସାହିତ୍ୟ ପରିଷଦ ର ସମ୍ପାଦକ ଶ୍ରୀ ଅରୁଣ କୁମାର ମିଶ୍ର କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *