ପାଣି ଜୟନ୍ତୀରେ ଉତ୍ସବ ମୁଖର ହେଲା ମାହାଙ୍ଗା ମାଟି 

ମାହାଙ୍ଗା,୧୩/୧୦/୨୦୨୫ (  ଓଡିଶା ସମାଚାର/ ଅଭୟ ଜେନା) – ଆଦି ନାଟ୍ୟକାର ଜଗମୋହନ ଲାଲଙ୍କ ଜନ୍ମମାଟି ମାହାଙ୍ଗାରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଉତ୍ସବ ମହା ମହାସମାରୋହରେ ପାଳିତହେଉଛି ।  ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ନାଟକ ମାଧ୍ୟମରେ ଓଡ଼ିଆ ଜାତିକୁ ସଂଗଠିତ କରିବାରେ, ଗଣକବି ବୈଷ୍ଣବ ପାଣିଙ୍କ ଭୂମିକା ଅତୁଳନୀୟ ବୋଲି ଶ୍ରୀମୟୀ କହିଥିଲେ  ।  ଉତ୍ସବରେ ଯୁବ ବିଧାୟକ ଶାରଦା ପ୍ରଧାନ ଯୋଗଦେଇ,ମାହାଙ୍ଗା ମାଟିର ଯଶସ୍ବୀ ପୁରୁଷ ଗଣକବିଙ୍କ ଭାବଧାରାରେ ଅନୁପ୍ରାଣିତ ହେବାକୁ  ଆହ୍ୱାନ ଦେଇଥିଲେ  ।  ସମିତିସଭ୍ୟ ମନୋରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାହିତ୍ୟ ସଭାରେ ସମାଜସେବୀ ଯାଜ୍ଞସେନୀ ଜେନା, ପୂର୍ବତନ ସମିତିସଭ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରମୁଖ ଯୋଗଦେଇ ଗଣକବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  ।

ଶେଷରେ ଗଣକବିଙ୍କ ରଚିତ ଗୀତିନାଟ୍ୟ ମଞ୍ଚସ୍ଥ ହୋଇଥିଲା ।  ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ କୁହୁଣ୍ଡା ପକ୍ଷରୁ “ଦାନୀ ହରିଶ୍ଚନ୍ଦ୍ର”, ଜୟଗୁରୁ ଯୁବ ପରିଷଦ ଉଷୁମା “କଂସ ଦିଗବିଜୟ” ଏବଂ ନନ୍ଦୀବଟ ସାଂସ୍କୃତିକ ସଂସଦ,ଜଳସରପୁର ର କଳାକାର ମାନେ “ମୋହନ ମୁରାରୀ ” ଗୀତିନାଟ୍ୟ ପରିବେଷଣ କରିଥିଲେ ।

  ଏହି ସାରସ୍ୱତ ସମାବେଶରେ ବହୁ ସାହିତ୍ୟ ସଂସ୍କୃତି ପ୍ରେମୀ ଜନସାଧାରଣ ଉପସ୍ଥିତ ଥିଲେ ।   ମାହାଙ୍ଗା ଠାରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଶ୍ରୀ ଶ୍ରୀ ରାଧାକାନ୍ତ ଜୀୟୁଙ୍କ ନୂତନ ମନ୍ଦିର ପାଇଁ ଶୁଭ ଶିଳାନ୍ୟାସ ଓ ଭୂମି ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା  ।

Leave a Reply

Your email address will not be published. Required fields are marked *