ବଢି ପାଣିରେ ଭାସିଗଲା ଜେସିବି, ଉଦ୍ଧାର କଲା ଅଗ୍ନିଶମ ବାହୀନି
ଭୁବନ ୨୯/୦୭/୨୦୨୬ (ଓଡ଼ିଶା ସମାଚାର)-ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବ୍ରାହ୍ମଣୀ ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଆସିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁର – ଯମୁନାକୋଟ ପୂର୍ତ୍ତ ବିଭାଗ ରାସ୍ତା ଉପରେ ପାଞ୍ଚ ଫୁଟ୍ ପାଣି ପ୍ରବାହିତ ହେଉଛି । ଆଜି ବୁଧବାର ସକାଳ ସମୟରୁ ଯାତାୟତ ବନ୍ଦ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ମେଗା କମ୍ପାନୀ ର ଏକ ଜେସିବି କାମ କରିବା ପାଇଁ ଯମୁନାକୋଟ ଯାଉଥିବା ବେଳେ ଅଳ୍ପ କିଛି ବାଟ ଗଲା ପରେ ଜେସିବି କୁ ପଲଟେଇ ଦେଇଥିଲା । ଡ୍ରାଇଭର଼୍ ଚତୁରତାର ସହ ଉପରକୁ ଚଢି ଯାଇ ସୁରକ୍ଷିତ ଭାବେ ବସି ରହିଥିଲେ । ଘଟଣା ସ୍ଥଳରେ ଭୁବନ ଅଗ୍ନିଶମ ବାହୀନି ପହଞ୍ଚି ଡ୍ରାଇଭର କୁ ସୁରକ୍ଷିତ ସହ ଉଦ୍ଧାର କରିଥିଲେ ।

ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହୀନି ର ସୁଶାନ୍ତ କୁମାର ରାଉତ, ରାଜ କିଶୋର ମହାନ୍ତି,ମୁନା ସାହୁ, ଅଖିଲ ମୋହନ ପରିଡା, ଅଲେଖ ରାଉତ ଓ ସ୍ତାନୀୟ ଲୋକଙ୍କ ସହଯୋଗ କରିଥିଲେ । ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ପେଣ୍ଠ ସାହିରୁ ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଭକ୍ତ ମାନେ ମନ୍ଦିରକୁ ଯାଇ ପାରୁ ନାହାନ୍ତି।
