ମଧୁସୂଦନ ବେହେରା ହେଲେ ବରିଷ୍ଠ ଆରକ୍ଷୀ ଅଧିକ୍ଷକ

କଟକ,୧୮/୦୫/୨୦୨୫ (ଓଡ଼ିଶା ସମାଚାରଦେବାଶିଷ ରଥ)-ରାଜ୍ୟ ପୋଲିସ୍ ବାହିନୀରେ କାର୍ଯ୍ୟରତ ୪ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପଦୋନ୍ନତି ପାଇ ବରିଷ୍ଠ ଅଧିକ୍ଷକ ପାହ୍ୟାରେ ପହଂଚିଛନ୍ତି ।

ସେମାନଙ୍କ ମଧ୍ୟରେ ୧୯୮୮ବ୍ୟାଚର ଆରକ୍ଷୀ ଅଧିକ୍ଷକ ତଥା କମିଶନରେଟ ଡିସିପି ଭାବେ କାର୍ଯ୍ୟରତ ତପନ କୁମାର ମହାନ୍ତିଙ୍କୁ ସେହି ସ୍ଥାନରେ ଅବସ୍ଥାପିତ କରାଯାଇଥିବା ବେଳେ ହରେଶ ଚନ୍ଦ୍ର ପାଣ୍ଡେଙ୍କୁ ଭିଜିଲାନ୍ସ ସେଲର ବରିଷ୍ଠ ଆରକ୍ଷୀ ଅଧିକ୍ଷକ ତଥା ଏଆଇଜି, ଆରକ୍ଷୀ ଅଧିକ୍ଷକ ମଧୁସୂଦନ ବେହେରା ଏବଂ ଇନ୍ଦ୍ରମଣି ବେହେରାଙ୍କୁ ବରିଷ୍ଠ ଆରକ୍ଷୀ ଅଧିକ୍ଷକ ପଦୋନ୍ନତି ସହ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି।

Leave a Reply

Your email address will not be published. Required fields are marked *