ବାର୍ଦ୍ଧକ୍ୟ ଭତାରୁ ବଂଚିତ ବୃଦ୍ଧବୃଦ୍ଧା ବିଡିଓଙ୍କୁ ଘେରିଲେ

ପୁରୁଷୋତମପୁର, ୧୮/୦୫/୨୦୨୫(ଓଡ଼ିଶା ସମାଚାର)- ପୁରୁଷୋତମପୁର ବ୍ଲକର କମାନଳୀନାଖପୁର ପଂଚାୟତ ଓ ବଡ଼ ଖରିଡା ପଂଚାୟତର ବହୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତା । ବୟସ ୭୦ ଡେଇଁଥିଲେ ମଧ୍ୟ ଲୋକେ ବାର୍ଦ୍ଧକ୍ୟ ଭତା ପାଇବାରୁ ବଂଚିତ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଲୋକେ ପଂଚାୟତ ଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧିଙ୍କୁ ଗୁହାରି କରି ନୟାନ୍ତ ହୋଇଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁନଥିବା ଅଭିଯୋଗ କରିଛନ୍ତି ।

ଦାୟିତ୍ୱରେ ଥିବା ବିଏସଏସଓ ଅଧିକାରୀ କାହ୍ନୁ ଚରଣ ସୋରେନଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ବୃଦ୍ଧବୃଦ୍ଧାମାନେ ବହୁ ଅସୁବିଧାର ଶିକାର ହେଉଥିବା ନେଇ କେଏନ୍ ପୁର ପଂଚାୟତ ଓ ବଡ଼ ଖରିଡା ପଂଚାୟତର ସରପଂଚ ଅଭିଯୋଗ କରିଛନ୍ତି । ସରପଂଚଙ୍କ ନେତୃତ୍ୱରେ ଭତା ପାଇବାରୁ ବଂଚିତ ଦୁଇ ପଂଚାୟତର ଶତାଧିକ ବୃଦ୍ଧବୃଦ୍ଧା ପୁରୁଷୋତମପୁର ବ୍ଲକ କାର୍ଯ୍ୟାଳୟରେ ପହଂଚି ପ୍ରତିବାଦ କରିଥିଲେ । ବାର୍ଦ୍ଧକ୍ୟ ଭତା ପ୍ରଦାନ ଦାବିରେ ବିଡିଓଙ୍କୁ ଘେରିବା ସହ ଦାବି ପତ୍ର ପ୍ରଦନା କରିଛନ୍ତି ।

ସେମାନଙ୍କ ବୟସ ୬୦ ପାର କରିଥିଲେ ମଧ୍ୟ କାହିଁକି ସରକାରଙ୍କ ବାର୍ଦ୍ଧକ୍ୟ ଭତା ମିଳୁନି ବୋଲି ପ୍ରଶ୍ନ କରିଥିଲେ । ଯଥାଶୀଘ୍ର ଭତା ପ୍ରଦାନ କରିବାକୁ ବୃଦ୍ଧବୃଦ୍ଧାମାନେ ଦାବି କରିଥିଲେ । ଅନ୍ୟପକ୍ଷରେ ଭତା ପାଇଁ ଆବଶ୍ୟକତା ଠାରୁ କମ ଟାର୍ଗେଟ ବ୍ଲକକୁ ଆସୁଥିବା କାରଣରୁ ସମସ୍ୟା ସୃଷ୍ଟି ହେଉଥିବା ନେଇ ବିଡିଓ କହିଛନ୍ତି । ଆଗାମୀ ଦିନରେ ସମସ୍ୟାର ସମଧାନ ହେବ ବୋଲି ବିଡ଼ିଓ କହିଛନ୍ତି ।

Leave a Reply

Your email address will not be published. Required fields are marked *