ସତ୍ୟ ନଗର ଲେଡିଜ୍ ଫୋରମ୍ ପାଳିଲା ବିଶ୍ବ ମାତୃତ୍ବ ଦିବସ

ଭୁବନେଶ୍ୱର,୧୮/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନୀୟ ୟୁନିଟ-୯, ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ବିଶ୍ବ ମାତୃତ୍ବ ଦିବସ ଅବସରରେ ସତ୍ୟ ନଗର ଲେଡିଜ ଫୋରମ ତରଫରୁ ମହିଳା ସଶକ୍ତିକରଣ ପାଇ ଏକ ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି। ଉକ୍ତ କାର୍ୟ୍ୟକ୍ରମରେ ଲେଖିକା ତଥା ସାମାଜିକ କର୍ମୀ ଡ. ପ୍ରତିଭା ମହାରଥୀ, ଏଚ୍. ଡି. ଏଫ୍. ସି. ବ୍ୟାଙ୍କର ଆଞ୍ଚଳିକ ମାନବ ସମ୍ବଳ ମୁଖ୍ୟ ସ୍ମିତା କୁମାରୀ ଏବଂ ଶୁଶ୍ରୃତ ହସପିଟାଲର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ଛିଦାତ୍ମିକା ଖଟୁଆ ଅତିଥି ଭାବେ ଯୋଗ ଦେଇଥିଲେ।

ଶତାଧିକ ମହିଳାଙ୍କ ଉପସ୍ଥିତିରେ ଅନୁଷ୍ଠିତ ମହିଳା ସଶକ୍ତିକରଣ ଆଲୋଚନା ଚକ୍ରରେ ଆଲୋଚିକା ଭାବେ ସାମ୍ବାଦିକା ମୌସୁମୀ ମହାନ୍ତି, ସମାଜସେବୀ ମନସ୍ମିତା ଜେନା, ରାଜନିତୀଜ୍ଞା ଅନୁଶ୍ରୀ ଦାଶ ଓ ମହିଳା ଉଦ୍ୟୋଗୀ ଡ. ଜରିନା ମହାନ୍ତି ଯୋଗଦେଇ ଥିଲେ। ଏହି ଅବସରରେ ଦର୍ଶକଙ୍କୁ ନେଇ ରଙ୍ଗୋଲି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ସହ ଲେଖିକା ଶ୍ରୃତିକୀର୍ତ୍ତି ତ୍ରିପାଠୀଙ୍କ ପରିଚାଳନାରେ ପ୍ରଶ୍ନୋତ୍ତରୀ କାର୍ୟ୍ୟକ୍ରମ ଆୟୋଜନ କରାଯାଇ ଥିଲା।

ମହିଳା ସମାଜସେବୀ ନିବେଦିତା ଲେଙ୍କା, ଅମୀୟବାଳା ପରିଡ଼ା ଓ କଥାବାଚିକା ପ୍ରାଚୀତାରାଙ୍କୁ ମାତୃ ସମ୍ମାନରେ ସମ୍ମାନିତ କରାଯିବା ଥିଲା କାର୍ୟ୍ୟକ୍ରମର ବିଷେଶ ଆକର୍ଷଣ। କାର୍ୟ୍ୟକ୍ରମ ପ୍ରାରମ୍ଭ ଓ ଶେଷରେ ସଙ୍ଗୀତ ଭିତ୍ତିକ କାର୍ୟ୍ୟକ୍ରମ ହୋଇ ଥିବାବେଳେ ଅନୁଷ୍ଠାନର ସଦସ୍ୟା ଶୋଭେଦିତା ରାୟ, ଦିପ୍ତିପ୍ରଭା ରଥ, ଲକ୍ଷ୍ମୀପ୍ରିୟା ମିଶ୍ର, ଉମାରାଣୀ ମିଶ୍ର, ବନ୍ଦନା ଦାସ କାନୁନଗୋ, ଶର୍ମିଷ୍ଠା ରାଉତ, ଗାୟତ୍ରୀ ଦ୍ବିବେଦୀ, ନୀହାରିକା ମହାପାତ୍ର, ବିଦ୍ୟୁତ ପ୍ରଭା, ସ୍ବର୍ଣ୍ଣ ବାଳା ନାୟକ, ରାନୁ ବାନାର୍ଜୀ, ପ୍ରତିମା ମଣ୍ଡଳ, ଅର୍ଚ୍ଚନା ନାୟକ ଓ ରୀନା ନାୟକ ପ୍ରମୁଖ ସହଯୋଗ କରିଥିଲେ। ଫୋରମ ର ସଂଯୋଜିକା ସୁରଭି ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦିକା ଅନୁରାଧା ଦାଶ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *